ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି: ନରେନ୍ଦ୍ର ପୁଷ୍କରିଣୀରୁ   ବାହାରିଲା ନନ୍ଦା ଓ ଭଦ୍ରା

ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି: ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ନନ୍ଦା ଓ ଭଦ୍ରା

ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି: ନରେନ୍ଦ୍ର ପୁଷ୍କରିଣୀରୁ   ବାହାରିଲା ନନ୍ଦା ଓ ଭଦ୍ରା
ଆସନ୍ତା ୨୩ ତାରିଖରେ ଅକ୍ଷୟ ତୃତୀୟା। ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ତେବେ ଚୈତ୍ର ପୂର୍ଣ୍ଣିମା ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବର୍ଷ ସାରା ବୁଡ଼ି ରହିଥିବା ନନ୍ଦା ଓ ଭଦ୍ରା ଚାପ ଡଙ୍ଗା ସମେତ ଅନ୍ୟ ଡଙ୍ଗାକୁ ଭୋଇ ସେବାୟତ ବାହାର କରିଛନ୍ତି। ପରମ୍ପରା ଅନୁସାରେ, ପ୍ରତିବର୍ଷ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ସରିବା ପରେ ଅଥବା ହଳଦୀ ପାଣି ପରଦିନ ସମସ୍ତ ୫ଟି ଡଙ୍ଗାକୁ ଭଙ୍ଗାଯାଇ ଭୋଇ ସେବାୟତମାନଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ଦିଆଯାଇଥାଏ । ତେବେ ଗତବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବୁଡାଇ ଦିଆଯାଇଥିବା ନନ୍ଦା, ଭଦ୍ରା ଚାପର ୪ଟି ଓ ବୈଜୟନ୍ତୀ ଚାପ ଡଙ୍ଗାକୁ ଆଜି ଚୈତ୍ର ପୂର୍ଣ୍ଣମୀରେ ବିଧି ପୂର୍ବକ ଗୋଟିଏ ପରେ ଗୋଟିଏ ଡଙ୍ଗା ପାଣି ଭିତରୁ ବାହାର କରିଛନ୍ତି ଭୋଇ ସେବକମାନେ l ପରେ ବିଶ୍ୱକର୍ମା ଓ ଚିତ୍ରକର ସେବକ ମାନଙ୍କ ସହାୟତାରେ ଡଙ୍ଗା ପ୍ରସ୍ତୁତ ହୋଇ ଠାକୁରଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରତି ଚାପରେ ୨ଟି ଡଙ୍ଗା ସଂଯୋଗ କରାଯିବା ସହ ଅତି ଆକର୍ଷଣୀୟ ଭାବେ ନନ୍ଦା ଓ ଭଦ୍ରା ଡଙ୍ଗା ସଜ୍ଜିତ କରାଯିବ। ନନ୍ଦାରେ ଶ୍ରୀମଦନମୋହନ, ଶ୍ରୀଦେବୀ ଭୁଦେବୀଙ୍କ ସହ ବିରାଜମାନ କରିବେ। ସେହିପରି ଭଦ୍ରାରେ ରାମକୃଷ୍ଣ ଓ ପଞ୍ଚମହାଦେବ ବିରାଜ ମାନ କରି ଜଳକ୍ରୀଡା କରିବାର ବିଧି ରହିଛି।

Leave a Reply

Your email address will not be published. Required fields are marked *