
ଝାରସୁଗୁଡ଼ା ୪୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ତିନୋଟି ଟ୍ରକ ପରସ୍ପର ଧକ୍କା ହୋଇଛି l ଦୁର୍ଘଟଣା ପରେ ୩ଟି ଯାକ ଗାଡ଼ି ସର୍ଟସର୍କିଟରୁ ଜଳି ଯାଇଥିବା ବେଳେ ଭିତରେ ବସିଥିବା ଚାଳକମାନେ ବାହାରିନପାରି ଗାଡ଼ିଭିତରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
ସୂଚନା ଅନୁସାରେ, ଝାରସୁଗୁଡ଼ା ସଦର ଥାନା ସମ୍ମୁଖ ୪୯ ନମ୍ବର ଜାତୀୟ ରାଜପଥରେ ୨ଟି ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ପଛପଟୁ ଆଉ ଏକ ୧୬ ଚକିଆ ଟ୍ରକ୍ ଆସି ଟ୍ରେଲରକୁ ଧକ୍କା ଦେଇଥିଲା l ଫଳରେ ୩ଟି ଯାକ ଗାଡ଼ିରେ ନିଆଁ ଲାଗିଯାଇଥିଲା l ନିଆଁ ଏତେ ଭୟଙ୍କର ଥିଲା ଯେ ଗାଡି ମଧ୍ୟରେ ଫସି ରହିଥିବା ୩ ଡ୍ରାଇଭର ବାହାରି ନ ପାରି ଜୀଅନ୍ତା ଜଳି ଯାଇଥିଲେ। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ୨ ଘଣ୍ଟା ପରେ ନିଆଁକୁ ସମ୍ପୂର୍ଣ ଭାବରେ ଆୟତ୍ତ କରିଥିଲେ। ପରେ କ୍ରେନ ସାହାଯ୍ୟରେ ଟ୍ରକ୍ ୩ଟିକୁ ରାସ୍ତା ପାର୍ଶ୍ୱକୁ ନିଆଯାଇ ସେଥିମଧ୍ୟରୁ ୩ ଡ୍ରାଇଭରଙ୍କୁ ବାହାର କରାଯାଇଥିଲା। ତୁରନ୍ତ ସେମାନଙ୍କୁ ଝାରସୁଗୁଡ଼ା ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମାତ୍ର ଏଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ।