କୋଲାବ ଜଲଭଣ୍ଡାର ଉମ୍ବେଲ ତେନ୍ତୁଳିପଡା ଘାଟରେ ଦେଶି ଡ଼ଙ୍ଗା ବୁଡି ୩ ଜଣ ନିଖୋଜ ଜଣକର ଶବ ଉଧାର

କୋଲାବ ଜଲଭଣ୍ଡାର ଉମ୍ବେଲ ତେନ୍ତୁଳିପଡା ଘାଟରେ ଦେଶି ଡ଼ଙ୍ଗା ବୁଡି ୩ ଜଣ ନିଖୋଜ ଜଣକର ଶବ ଉଧାର

୮ ଜଣ ପୁଅ ଓ ଝିଅ ଚଇତି ପରବ ଅବସର ରେ ଉମ୍ବେଲଗ୍ରାମକୁ ନାଟ ଦେଖିବାକୁ ଯାଇ ଯାତ୍ରା ଦେଖି ନିଜ ଘର ସେମିଲିଗୁଡା ବ୍ଲକ ମୁଖିବିଡ଼ାଇ ଗ୍ରାମକୁ ଦେଶି ଡଙ୍ଗା ଯୋଗେଵ ଫେରୁଥିବା ବେଳେ ହଠାତ କୋଲାବ ଜଳଭଣ୍ଡାର ମଝିରେ ଡ଼ଙ୍ଗାବୁଡି ଯାଇଥିଲା , ଡଙ୍ଗାରେ ୮ ଜଣ ଥିଲେ । ଡଙ୍ଗା ବୁଡିବା ବେଳେ ୪ ଜଣ ନିଜେ ପହଁରୀ କୂଳକୁ ଆସି ଜୀବନ ବଂଚାଇଛନ୍ତି । ଉଧାର ହୋଇଥିବା ସମସ୍ତଙ୍କୁ ହସପିଟାଲରେ ଚିକିତ୍ସା କରାଯାଇଛି । ସମସ୍ତେ କ୍ରମଶ ସେ ସୁସ୍ଥ ହେଉଛନ୍ତି । ୪ ଜଣ ନିଖୋଜଙ୍କ ମଧ୍ୟରୁ ଜଣକର ଶବ ଉଧାର କରାଯାଇଛି , ସୁନାବେଡା ଓ ସେମିଳିଗୁଡା ପୋଲିସ ନନ୍ଦ ପୁର ଅଗ୍ନି ସମବାହିନୀ ଘଟଣା ସ୍ଥଳରେ ପହଂଚି ନିଖୋଜଙ୍କ ସନ୍ଧାନ ଚଲାଇଛନ୍ତି ।
ରାଜପୁଟ ପଂଚାୟତ ମୁଖିବିଡାଇ ଗ୍ରାମର ବବିତା ଜାନି,ମିଲୁ ନାୟକ ,ପରଜ ମୁଠି ଗ୍ରାମର ମଦନ ଖରା ,ଓ ଉମ୍ବେଲ ଗ୍ରାମର ପୂର୍ଣ୍ଣ ମୁଦୁଲି ନିଖୋଜଙ୍କ ମଧ୍ୟରୁ ,ବବିତା ହନ୍ତାଳ ର ମୃତଦେହ ଉଧାର କରାଯାଇଛି ।
ନିଖୋଜ ମାନେ ହେଲେ ମୁଖି ବିଡାଇ ଗ୍ରାମର ସାବିତ୍ରୀ କିର୍ସାନୀ,ରାମ କିର୍ସାନୀଓ ଉମ୍ବେଲ ଗ୍ରାମର କମୁ ବାଲଡି ।ବର୍ତମାନ ସୁଧା ୩ ଜଣ ନିଖୋଜଙ୍କୁ ଠାବ କରାଯାଇପାରିନାହିଁ । ଅନ୍ଧାର ହୋଇଯାଇଥିବାରୁ ସନ୍ଧାନ କାର୍ଯ୍ୟ ବନ୍ଦ ରହିଛି । ଆସନ୍ତା କାଲି ପୁଣି ଅପରେସନ ଆରମ୍ଭ ହେବ ବୋଲି ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ଘଟଣା ସ୍ଥଳରେ ପଟ।ଙ୍ଗି ବିଧାୟକ କୋରାପୁଟ ପିତମ୍ ପ।ଡ଼ି ରଘୁରାମ ପଡ଼ାଲ ଉପଜିଲ୍ଲା ପାଳ ବେଣୁଧର ଶବର, ସେମିଳିଗୁଡା ତହସିଲ ଦାର ଜ୍ୟୋତି ରାଣୀ ରଥ, ବ୍ଲକ ଅଦ୍ୟକ୍ଷା ଲିଲି ଅଣ୍ଟାବିରିୟା , ରାଜପୁଟ ପଂଚାୟତର ସରପଞ୍ଚ ପିତାମ୍ବର କିର୍ସାନୀ ଉପସ୍ଥିତ ରହି ଉଧାର କାମରେ ନିୟୋଜିତ ଅଗ୍ନିଶମ ବାହିନୀକୁ ସହଯୋଗ କରିଥିଲେ ମୃତୁ ଘଟଣା ଅଞ୍ଚାଳରେ ଦୁଃଖ ର ଚାୟା ପାଲଟି ଯାଇଛି

Leave a Reply

Your email address will not be published. Required fields are marked *