ଗୋଲାମୁଣ୍ଡା ଠାରେ ବ୍ଲକ ସ୍ତରୀୟ ଆଇସିଡ଼ିଏସ କର୍ମଶାଳା ଅନୁଷ୍ଠିତ

ଗୋଲାମୁଣ୍ଡା ଠାରେ ବ୍ଲକ ସ୍ତରୀୟ ଆଇସିଡ଼ିଏସ କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଭିନ୍ନ କ୍ଲସ୍ଟର ରୁ ୧୮୨ଜଣ ଅଙ୍ଗନ୍ବାଡି କର୍ମୀଙ୍କୁ ନେଇ ୩ଟି ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଆଇସିଡ଼ିଏସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସମାଜ କଲ୍ଯାଣ ବିଭାଗର ସଂଯୋଜନାରେ କୈବଲ୍ୟ ଏଜୁକେଶନ ଫାଉଣ୍ଡସନ ଓ ରୂପାୟନ ର ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ବ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ରୂପାୟନ ର ପ୍ରଶିକ୍ଷ୍ଯକ ଫକୀର ଚନ୍ଦ୍ର , ନାରାୟଣ ଜେନା, ଶମ୍ଭୁ ସାହୁ, ଜ୍ୟୋସ୍ନାରାଣୀ ବାରିକ ଓ ରାମକୃଷ୍ଣ ଆଦିଉପସ୍ଥିତ ରହି ଅପପୁଷ୍ଟି ର କାରଣ, ପ୍ରଭାବ, ନିରାକରଣ, ପୋଷକ ତତ୍ଵ , ସନ୍ତୁଳିତ ଆହାର, ମାତୃ ଓ ଶିଶୁ ସୁରକ୍ଷା କାର୍ଡ ଆଦି ବିଷୟରେ ବିସ୍ତୃତଭାବରେ ପ୍ରଶିକ୍ଷଣ କରାଇଥିଲେ। ଗ୍ରାମୀଣ କ୍ଷେତ୍ରରେ ସ୍ୱାସ୍ଥ୍ୟ ଓ ସ୍ବଚ୍ଛତା, ଆଞ୍ଚଳିକ ଖାଦ୍ଯ ରେ ଅପପୁଷ୍ଟି ର ନିରାକରଣ ଆଦି ଆଲୋଚନା କରଯାଇଥିଲା। ଗର୍ଭବତୀ ମା’ ମାନଙ୍କ ର ଖାଦ୍ଯ ଓ ସ୍ୱାସ୍ଥ୍ୟ ସମ୍ବଧୀୟ ସରକାରୀ ସୁବିଧା ସୁଯୋଗ ର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବ୍ଲକ ର ସିଡ଼ିପିଓ ପ୍ରେମ ମଞ୍ଜରୀ ସାହୁ ଓ ପାଞ୍ଚଜଣ ସୁପରଭାଇଜର, କୈବଲ୍ୟ ଏଜୁକେଶନ ଫାଉନ୍ଡେଶନ ର ଜିଲ୍ଲା ପ୍ରତିନିଧି ମହେଶ୍ଵର ମାଝି, ଦିବ୍ଯାଂଶୁ ଗୁପ୍ତା, ସଚଳା ବାରିକ, ଗୋଲାମୁଣ୍ଡା ବ୍ଲକ ପ୍ରତିନିଧି ସାଇ ଚାନ୍ଦ ପାଣ୍ଡେ ଏବଂ ତାଙ୍କର ସହଯୋଗୀ ସୁଧୀର, କଳ୍ପତରୁ, ଶ୍ରୀଜ଼ା, ମୋହିନୀ  ଏବଂ ଶାନ୍ତନୁ  ଆଦି ଯୋଗଦାନ କରି କର୍ମଶାଳା କୁ ସଫଳ କରାଇବାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *