ମକରାଗୁଡା ଠାରେ ବି. ଆର. ଆମ୍ବେଦକରଙ୍କ 132 ତମ ଜନ୍ମ ଜୟନ୍ତୀ ପାଳିତ

ମକରାଗୁଡା ଠାରେ ବି. ଆର. ଆମ୍ବେଦକରଙ୍କ 132 ତମ ଜନ୍ମ ଜୟନ୍ତୀ ପାଳିତ

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ଗ୍ରାମ ପଞ୍ଚାୟତ ସ୍ଥିତ ମକରାଗୁଡା ଠାରେ ଡକ୍ଟର.ବି. ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଗ୍ରାମର ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ଙ୍କ ନେତୃତ୍ୱରେ ମକରାଗୁଡା ଛାରିଛକ ଠାରେ ଆମ୍ବେଦକର ଙ୍କ ଫଟୋ ସ୍ଥାପନ କରି ପ୍ରଥମେ ଆମ୍ବେଦକର ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚନା ସହ କେକ କାଟି ନିଆରା ଢଙ୍ଗରେ ଆମ୍ବେଦକର ଙ୍କ ଜନ୍ମ ଉତ୍ସବ ପାଳନ କରିଥିଲେ l ମକରଗୁଡା ଠାରେ ଲେତେର ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶିଯୁକ୍ତ ଗୋବିନ୍ଦ ବାଗଙ୍କ ନେତୃତ୍ୱରେ ଭାରତ ରତ୍ନ ଡକ୍ଟର. ବି. ଆର. ଆମ୍ବେଦକର ଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ଶତାଧିକ ଶିକ୍ଷିତ ଯୁବଗୋଷ୍ଠୀ ଉପସ୍ଥିତ ରହିଥିବା ବେଳେ ମହାଳିଙ୍ଗ କଲେଜ ର ଅଧ୍ୟାପକ ଶ୍ରୀଯୁକ୍ତ ଅଶ୍ୱିନ ବାଗ, ମନୋଜ ଭୋଇ,ଅରକ୍ଷିତ ସାଗର, ଦନାର୍ଦନ ଜଗତ, ଜଳ ମାଝୀ ପ୍ରମୁଖ ଉପସ୍ଥିତ ରହି ଆମ୍ବେଦକର ଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l

କଳାହାଣ୍ଡି ଗୋଲାମୁଣ୍ଡା ରୁ ଅରକ୍ଷିତ ସାଗର ଙ୍କ ରିପୋର୍ଟ କୁସୁମ ଟିଭି

Leave a Reply

Your email address will not be published. Required fields are marked *