
ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠ ମା ମହୁରି କାଳୁଆ ଙ୍କ ୬୬ ତମ ବାର୍ଷିକ ଉତ୍ସବ ଓଡିଆ ନବ ବର୍ଷ ତଥା ପବିତ୍ର ବିଷୁବ ସଂକ୍ରାନ୍ତିରେ ମନ୍ଦିର ପ୍ରାଙ୍ଗଣରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l ମହୁରି ରାଜା ଙ୍କ ଇଷ୍ଟ ଦେବୀ ମହୁରୀ କାଳୁଆ ହୋଇଥିବା ଯୋଗୁଁ,ପରମ୍ପରା ଅନୁଯାଇ ପ୍ରାତଃ ୫ ଘଣ୍ଟା ସମୟରେ ମହୁରି ରାଜା ଶ୍ରୀ ଅଶୋକ କୁମାର ନରେନ୍ଦ୍ର ଦେବଙ୍କୁ କମିଟି ର ସଭାପତି ଶ୍ରୀ ଜଗନ୍ନାଥ ରାଉତ ପାଛୋଟି ନେଇଥିଲେ ଓ ପରବର୍ତ୍ତୀ ସମୟରେ ମହୁରି ରାଜା ମନ୍ଦିରର କବାଟ ଖୋଲି ମା ଙ୍କ ପ୍ରଥମେ ପୂଜାର୍ଚନା କରିଥିଲେ l ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସହ ବନ୍ଥପଲ୍ଲୀ ଦ୍ୱାରା ସ୍ୱାସ୍ଥ୍ୟ ମେଳା ର ଆୟୋଜନ କରାଯାଇଥିଲା l କଳିଙ୍ଗ ବିଦ୍ୟା ମନ୍ଦିରର ସ୍କାଉଟ ଓ ଗାଇଡ଼ ଛାତ୍ର ଛାତ୍ରୀ ମାନେ ସ୍ବେଛାସେବୀ ରୁପେ ପଣା ବଣ୍ଟନ ସହ ବାର୍ଷିକ ଉତ୍ସବ ପରିଚାଳନାର ସାହୋଜୋଗ କରିଥିଲେ l ଭକ୍ତ ମାନଙ୍କୁ ପଣା ଓ ପାନୀୟ ଜଳ ବିତରଣ ସହ ସଂକ୍ରାନ୍ତିର ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା l କାର୍ଯ୍ୟକ୍ରମରେ କୁକୁଡାଖଣ୍ଡି ପଂଚାୟତ ସମିତି ର ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଉତ୍ସବରେ ଯୋଗଦେଇ ମନ୍ଦିରର ଉନ୍ନତିରେ ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l ଅନନ୍ତାଇ ଗ୍ରାମ ପଂଚାୟତ ସରପଞ୍ଚ ତଥା କମିଟି ର କୋଷାଧକ୍ଷ କାମେଶ୍ୱର ବିଶ୍ୱାଳ, ପୂର୍ବତନ ସରପଞ୍ଚ ହରିଶ୍ଚନ୍ଦ୍ର କୋଠିଆ, ସମ୍ପାଦକ ଆନନ୍ଦ ପଟନାୟକ, ଶିଶିର ବିଶୋଇ, ନାରାୟଣ ବିଶୋଇ, ପ୍ରଶାନ୍ତ ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l କମିଟିର ବହୁ ସଭ୍ୟ ସହ ସ୍ଥାନୀୟ ଗ୍ରାମବାସୀ ସହ ପୁରାତନ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାର ସହୋଜଗ କରିଥିଲେ l
ବ୍ରହ୍ମପୁର ରୁ ଶ୍ରୀକାନ୍ତ କୁମାର ବେହେରା ଙ୍କ ରିପୋର୍ଟ କୁସୁମ ଟିଭି