ବାଲି ଘାଟରେ ଫଲ୍ସ ଫାଇରିଙ୍ଗ କରି ଦୁର୍ବୁତ୍ତ ଲୁଟିନେଲେ 35 ହଜାର ଟଙ୍କା

ବାଲି ଘାଟରେ ଫଲ୍ସ ଫାଇରିଙ୍ଗ କରି ଦୁର୍ବୁତ୍ତ ଲୁଟିନେଲେ 35 ହଜାର ଟଙ୍କା

ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ବାଲିଘାଟରେ ଥିବା ଜେସିବିରେ ନିଆଁ ଲଗାଇବା ସହ ଫଲ୍ସ ଫାଇରିଙ୍ଗ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା କଟକ ଜିଲ୍ଲା ନେମାଳ ଥାନା ଲୁଣା ଚିତ୍ରିତୋଳା ନଦୀର ନଗସପୁର ବାଲି ଘାଟରେ ଘଟିଥିବାର ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଗତକାଲି ବିଳମ୍ବିତ ରାତିରେ 3ରୁ 4ଜଣ ଦୁର୍ବୁତ ଆସି ଫାଙ୍କା ଗୁଳିଚାଳନା କରି 35ହଜାର ଟଙ୍କା ଲୁଟି ନେବା ସହ ବାଲିଘାଟରେ ଥିବା ଜେସିବି ମେସିନକୁ ପେଟ୍ରୋଲ ଢାଳି ନିଆଁ ଲାଗାଇ ଜାଳିଦେଇଥିବାର ବାଲିଘାଟ କର୍ମଚାରୀ ସୂଚନା ଦେଇଛନ୍ତି। କେଉଁ କାରଣକୁ ଏଭଳି ଘଟଣା ଘଟିଛି ତାହାର ପ୍ରକୃତ କାରଣ ଜଣାପଡି ନାହିଁ। ସ୍ଥାନୀୟ ଅଞ୍ଚଳରେ ଏକାଧିକ ବାଲିଘାଟ ରହି ଥିବାବେଳେ ବାଲିଘାଟ ବ୍ୟବସାୟୀକୁ ନେଇ ଏବଂ କୌଣସି ଗ୍ୟାଙ୍ଗଷ୍ଟାର ଏଭଳି ଘଟଣା ଘଟାଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ନେମାଳ ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି l

Leave a Reply

Your email address will not be published. Required fields are marked *