
ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି । ବୈଦିକ ବିଧିବିଧାନ ଅନୁସାରେ ପୁଜା-ହୋମ କରାଯାଇ ସଂସଦ ଭବନର ଉଦଘାଟନ ହୋଇଯାଇଛି । ପ୍ରଧାନ ମନ୍ତ୍ରୀ ଏହି ସଂସଦ ଭବନର ଏକ ଭିଡିଓ ସେୟାର କରିଛନ୍ତି । ୬୪ ହଜାର ୫୦୦ ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବା ନୂଆ ସଂସଦ ଭବନରେ ଅତ୍ୟାଧୁନିକ ସୁବିଧା ରହିଛି । ପାର୍ଲ୍ୟାମେଣ୍ଟ ଉଦଘାଟନୀ ଉତ୍ସବକୁ ଗଣତନ୍ତ୍ରର ଉତ୍ସବ କହିଛନ୍ତି ସରକାର । ଚୋଳ ରାଜବଂଶର ଐତିହାସିକ ରାଜଦଣ୍ଡ ତାମିଲ ପରମ୍ପରା ଅନୁସାରେ ପ୍ରଧମନ୍ତ୍ରୀ ମୋଦିଙ୍କୁ ହସ୍ତାନ୍ତର କରାଯାଇଛି । ପ୍ରଧାନମନ୍ତ୍ରୀ ଏହାକୁ ଲୋକସଭା ବାଚସ୍ପତିଙ୍କ ଆସନ ପାଖରେ ଏହା ସ୍ଥାପିତ କରିଛନ୍ତି । ଏପଟେ ଉଦଘାଟନ ଉତ୍ସବଟିକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଥିଲା । ଏହାକୁ ୭୦ଜଣ ଏସ୍ପି ର୍ୟାଙ୍କର ଅଧିକାରୀମାନେ ସିସିଟିଭିରେ ନଜର ରଖିଛନ୍ତି । ନୂଆ ପାର୍ଲାମେଣ୍ଟ ହାଉସକୁ ପୋଲିସର ୨୪ ଘଣ୍ଟିଆ ନଜରରେ ରହିବ ।