ଫାଇଟର୍ସ ଗୃପ୍ ପକ୍ଷରୁ National Cancer Survivors Day ପାଳନ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଫାଇଟର୍ସ ଗୃପ୍ ପକ୍ଷରୁ National Cancer Survivors Day ପାଳନ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Fighters Group ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ଆଗାମୀ ୪ ତାରିଖ ରବିବାର ଦିନ National Cancer Survivors Day ପାଳନ କରାଯିବ। ସମସ୍ତଙ୍କର ପ୍ରୟାସରେ କେନ୍ସର ରୋଗୀ ଏବଂ କେନ୍ସର ରୋଗକୁ ପରାସ୍ତ କରିଥିବା ଲୋକଙ୍କ ମୁହଁ ରେ ହସ ଫୁଟାଇ ପାରିବା ଏପରି ଏକ ସଂକଳ୍ପ ନେଇ ଏହି ଦିବସ ପାଳନ କରାଯିବ। ଏ ସଂପର୍କରେ ସ୍ଥାନୀୟ ଗାନ୍ଧୀ ଭବନ ଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଫାଇଟର୍ସ ଗୃପ ଟ୍ରଷ୍ଟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦର୍ଜି ।ସମ୍ପ୍ରତି ବରଗଡ଼ ଜିଲ୍ଲା ତଥା ଓଡିଶା ପାଇଁ କେନ୍ସର ରୋଗ ଏକ ଆଲାର୍ମିଙ୍ଗ ପରିସ୍ଥିତି ସୃଷ୍ଟି ହୋଇଛି ।ବହୁତ ଲୋକ ଏବେ ବି କେନ୍ସରକୁ ଏକ ଅସାଧ୍ୟ ରୋଗ ଭାବେ ବିବେଚନା କରୁଥିବା ବେଳେ କେନ୍ସର ରୋଗ ଓ ତାର ଚିକିତ୍ସା ସମ୍ପର୍କରେ ବିଶେଷ ଜ୍ଞାନ ନ ଥିବା ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି ।ତେଣୁ ସେମାନଙ୍କୁ କେନ୍ସର ରୋଗ ବିଷୟରେ ସଚେତନ କରିବା ଉଦ୍ଦେଶ୍ୟ ନେଇ ବରଗଡ଼ ଫାଇଟର୍ସ ଗ୍ରୁପ ଏପରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ୪ ତାରିଖ ଦିନ ଆୟୋଜନ କରିବାକୁ ଯାଉଛି ।କେନ୍ସର ରୋଗ କଣ ,କାହିଁକି ହେଉଛି ତାକୁ କିପରି ପ୍ରତିହିତ କରିପାରିବ ସେ ନେଇ ବିସ୍ତୃତ ଆଲୋଚନା ବିଶେଷଜ୍ଞ ମାନଙ୍କ ଦ୍ୱାରା କରାଯିବ ।ଏହି ଦିନ କୁ ଗୋଟେ ସେଲିବ୍ରେସନ ର ଦିନ ଭାବେ ପାଳନ କରାଯାଇ କେନ୍ସର ରୋଗୀ ତଥା କେନ୍ସର ସରଭାଇଭର ମାନଙ୍କୁ ଉତ୍ସାହିତ କରାଯିବ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମିନତୀ ପରି,ବିଶ୍ୱଜିତ ବାରିକ,ରାଜଗୋପାଳ ଦାଶ, ରବି ନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *