
ନୂଆପଡା ଜିଲ୍ଲା କୋମନା ଥାନା ଦେଓଧରା ଘୋଡାଘାଟ ନଦୀ ପାଖରେ ଗତକାଲି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ଏହା କୁ ନେଇ ପୋଲିସର ଅଧିକ ତଦନ୍ତ ପରେ ମୃତ ମହିଳା ଜଣକ କୋମନା ଥାନା ଛତା ଗାଁର ସୁନେ ତାଣ୍ଡି ବୋଲି ଜଣା ପଡ଼ିଛି । ମୃତ ମହିଳାଙ୍କ ସ୍ଵାମୀ ଜଗବନ୍ଧୁ ତାଣ୍ଡି ଘରୁ ଡାକି ନେଇ ହତ୍ୟା କରିଥିବା ପରିବାର ତରଫରୁ ସନ୍ଧେହ କରି କୋମନା ଥାନା ରେ ଅଭିଯୋଗ ହୋଇଥିବା ବେଳେ କୋମନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ ଜାରୀ ରଖିଛି। ତେବେ ଆଜି ସିନାପାଲି ରେ ଅଭିଯୁକ୍ତ ସ୍ବାମୀ ଙ୍କୁ ପୋଲିସ ଗିରଫ କରି ପଚରା ଉଚରା କରିଥିବା ରୁ ସ୍ତ୍ରୀ ଙ୍କୁ ମାରି ଥିବା ସ୍ବୀକାର କରିଥିଲା ।ପରେ ଘଟଣା ସ୍ଥଳ କୁ ନେଇ ଘଟଣା ର ସିନ କ୍ରିୟେଟ କରିଥିଲା ।ଏହି ଘଟଣା କୁ ନେଇ ନୂଆପଡ଼ା ପୋଲିସ ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ, ନୂଆପଡ଼ା ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ,କୋମନା ଆଇଆଇସି ଜ୍ୟୋତି ରଞ୍ଜନ ଗଉଡ ପ୍ରମୁଖ ପୋଲିସ ଙ୍କ ଉପସ୍ଥିତି ରେ ଅଭିଯୁକ୍ତ ଙ୍କୁ ନେଇ ସିନ କ୍ରିୟେଟ୍ କରିଥିଲେ । ପରକିଆ ପ୍ରୀତି ଯୋଗୁ ଏହି ଘଟଣା ଘଟିଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ଜଣା ପଡ଼ିବ କଣ ରହିଛି ପ୍ରକୃତ ସତ୍ୟ ।