ଇଣ୍ଡୋନେସିଆର କଳିଙ୍ଗ ମହୋତ୍ସବରେ କଳା ପ୍ରଦର୍ଶନ କରିବେ ଛତ୍ରପୁରର ଗୁରୁ ଅଳକାସାହୁଙ୍କ ଟିମ

ଇଣ୍ଡୋନେସିଆର କଳିଙ୍ଗ ମହୋତ୍ସବରେ କଳା ପ୍ରଦର୍ଶନ କରିବେ ଛତ୍ରପୁରର ଗୁରୁ ଅଳକାସାହୁଙ୍କ ଟିମ

ଇଣ୍ଡୋନେସିଆ ବାଲି ରେ କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହେବ l ଏଥିରେ କଳା ଓ ସଂସ୍କୃତିର ସହର ଛତ୍ରପୁରର ଜୟ ଗଣେଷ କଳା ବିକାଶ କେନ୍ଦ୍ରର ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ ମଧ୍ୟ ଏହି ମହୋତ୍ସବରେ ନିଜର ନୃତ୍ୟକଳାପ୍ରଦର୍ଶନ କରିବେ । କଳିଙ୍ଗ ଇଟଂରନ୍ୟାସନାଲ ୟୁଥ୍ ଫାଉଣ୍ଡେସନ ପକ୍ଷରୁ ନୃତ୍ୟୁଗୁରୁ ଅଳକା ସାହୁଙ୍କୁ ଏଥିଲାଗି ଚିଠି ଆସିବା ପରଠାରୁ ସେ ଆରମ୍ଭ କରିଛନ୍ତି ପ୍ରସ୍ତୁତି l ଉକ୍ତ ମହୋତ୍ସବରେ କଳା ପ୍ରଦର୍ଶନ କରି ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ଅଳକା ଏବଂ ତାଙ୍କ ଟିମ l ପୂର୍ବରୁ ମଧ୍ୟ ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ ମାଲେସିୟା ଓ ସିଙ୍ଗାପୁର ସମେତ କଟକ ବାଲିଯାତ୍ରା,ଗୋପାଳପୁର ବେଳାଭୁମିରେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜର କଳାପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି । ଆସନ୍ତା ୩୦ରେ ଏହି ଟିମ ଇଣ୍ଡୋନେସିଆ ଯାତ୍ରା କରିବା ସହ ୩ ତାରିଖରେ ତିନୋଟି ନୃତ୍ୟ କାର୍ଯ୍ୟକ୍ରମ କରିବ ।ଓଡିଶୀ, ବନ୍ଦେ ଉତ୍କଳ ଜନନୀ ଓ ବୋଇତ ବନ୍ଧାନ ଥିମ୍ କୁ ନେଇ ନିଜର କଳାପ୍ରଦର୍ଶନ କରିବେ । ଏହି ଟିମରେ ଗୁରୁ ଅଳକା ସାହୁ, ଦେବୀ କୁମାରୀ ପ୍ରଧାନ, ଶିବାଙ୍ଗୀ ମହାରଣା,ଅଙ୍କିତା ପ୍ରିୟଦର୍ଶିନୀ ରଥ, କେଶବ ବେହେରା,ସାଗର ଦଲେଇ,ସ୍ନେହାଶିଶ ସାମଲଙ୍କ ସମେତ ଜଣେ ଅଭିଭାବକ ଯିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *