ବାଘୁଆ ପୋଖରୀରେ ବିଷର ଭୟ : ମରି ଭାସୁଛନ୍ତି ମାଛ, ଶରୀସୃପ ଅନେକ ଜୀବ : ଦୁର୍ବୁତ୍ତଙ୍କୁ ଗିରଫ ଦାବି କଲେ ଏସଏସଜି ଗ୍ରୁପ ମହିଳା l                              

ବାଘୁଆ ପୋଖରୀରେ ବିଷର ଭୟ : ମରି ଭାସୁଛନ୍ତି ମାଛ, ଶରୀସୃପ ଅନେକ ଜୀବ : ଦୁର୍ବୁତ୍ତଙ୍କୁ ଗିରଫ ଦାବି କଲେ ଏସଏସଜି ଗ୍ରୁପ ମହିଳା l                              

ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତ ଅଧୀନରେ ବାଘୁଆ ପୋଖରୀ ରହିଛି l ଏହି ପୋଖରୀ ରେ ମାଛ ଚାଷ କରିବା ପାଇଁ ସ୍ଥାନୀୟ ଗ୍ରାମର ମା ବୁଢ଼ୀ ଜାଗୁଳାଇ ସ୍ୱୟଂ ସହାୟକ ଗୋଷ୍ଠି ମହିଳା ମାନେ ଫେବୃଆରୀ 2023 ରେ ଲିଜ ନେଇଥିଲେ l ଏପରିକି ପୋଖରୀରେ ର ରକ୍ଷଣାବେକ୍ଷଣ ଯଥା ଦଳ ସଫା, ଚୂନ ପକା, ବିଭିନ୍ନ ପ୍ରକାର ଜାଆଁଳ ମାଛ ଛଡ଼ାଯିବା ସହ ଜଗୁଆଳ ରଖିବା ବାବଦକୁ 3 ଲକ୍ଷ 50 ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା ବୋଲି ସ୍ୱୟଂ ସହାୟକ ଗୋଷ୍ଠି ମହିଳା ମାନେ ପ୍ରକାଶ କରିଛନ୍ତି l କିନ୍ତୁ ଗତକାଲି ବିଳମ୍ବିତ ରାତି ରେ ସ୍ଥାନୀୟ ଗ୍ରାମର 3 ଜଣ ଦୁର୍ବୁତ୍ତ ଯୋଜନା ବଧ ଭାବେ ପୋଖରୀ ଭିତରେ ପଶି ବିଷ ପକାଇ ଦେଇଥିବାର ଅଭିଯୋଗ ହୋଇଛି l ଯାହା ଫଳରେ ପୋଖରୀରେ ଥିବା ମାଛ, ଶରୀସୃପ ଅନ୍ୟାନ୍ୟ ଜୀବ ଗୁଡିକ ମରି ଭାସୁଥିବାର ଦେଖାଯାଇଛି l ତେବେ ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି l ସ୍ଥାନୀୟ ଲୋକେ ପୋଖରୀ ଭିତରକୁ ନିତ୍ୟ କାର୍ଯ୍ୟ, ଗାଈ ଗୋରୁ, ଛେଳି ମେଣ୍ଡା ପୋଖରୀ ପାର୍ଶ୍ଵ ରେ ବାନ୍ଧିବା ପାଇଁ ଡରିକି ଯାଉନାହାଁନ୍ତି l ତେବେ ଏହି ଘଟଣା ସମ୍ପର୍କ ରେ ମା ବୁଢ଼ୀ ଜାଗୁଳାଇ ସ୍ୱୟଂ ଶହାୟକ ଗୋଷ୍ଠି ତରଫରୁ ନିଶ୍ଚିନ୍ତକୋଇଲି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି l ଅଭିଯୋଗ ମୁତାବକ ସ୍ଥାନୀୟ ଗ୍ରାମର 3 ଜଣ ଦୁର୍ବୁତ୍ତ ଏହି ପୋଖରୀରେ ବିଷ ପକାଇଛନ୍ତି l ପୋଲିସ ତରଫରୁ ଏହି ଘଟଣାର ଦୃଢ଼ ତଦନ୍ତ କରାଯାଇ ଅଭିଯୁକ୍ତ ମାନଙ୍କ ବିରୁଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ସ୍ୱୟଂ ସହାୟିକା ଗୋଷ୍ଠି ର ମହିଳା ମାନଙ୍କୁ  କ୍ଷତିପୂରଣ ବାବଦ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ଦୃଢ଼ ଦାବି ହୋଇଛି l ଅଭିଯୋଗ ପରେ ନିଶ୍ଚିନ୍ତକୋଇଲି ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରଯାଇଛି l

Leave a Reply

Your email address will not be published. Required fields are marked *