
ଦିନିକିୟା ସମ୍ବଲପୁର ଗ୍ରସ୍ତରେ ଆସି 5t ସଚିବ ସମଲେଇ ପ୍ରକଳ୍ପ ର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଛନ୍ତି l ଏହାସହ ସମ୍ବଲପୁର ଜିଲ୍ଲାର ବିଭିନ୍ନ ମନ୍ଦିର ର ପରିଚାଳନା କମିଟିର ସଦସ୍ୟ ମାନେ ନିଜ ନିଜ ମନ୍ଦିର ସମସ୍ୟା ନେଇ ଦାବିପତ୍ର ମାଧ୍ୟମରେ 5t ସଚିବ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ସକାଳ ପ୍ରାୟ 6 ଟା ସମୟରେ 5t ସଚିବ ଭି କେ ପାଣ୍ଡିଆନ ଭୁବନେଶ୍ୱର ରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ରାଜ୍ୟ ସରକାର ଙ୍କ ପୂର୍ତ୍ତ ସଚିବ ଙ୍କ ସହ ଜମାଦାରପାଳି ଏୟାରଷ୍ଟ୍ରିବ ରେ ପହଞ୍ଚି ଥିଲେ l ଏଠାରୁ ସେ ସଡ଼କ ପଥରେ କାର ଯୋଗେ ଆସି ସମଲେଶ୍ୱରୀ ମନ୍ଦିର ଠାରେ ପ୍ରାୟ 7 ଟା ସମୟରେ ପହଞ୍ଚି କଡା ସୁରକ୍ଷା ବଳୟ ଭିତରେ ସେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଅଧିକାରୀ ଙ୍କ ସହ ମା ସମଲେଶ୍ୱରୀ ଙ୍କ ଦର୍ଶନ କରିଥିଲେ l ଏହାପରେ ସେ ଜିଲ୍ଲା ପ୍ରଶାସନ ର ଅଧିକାରୀ, ଓବିସିସି ର ବରିଷ୍ଠ ଅଧିକାରୀ ଓ ସମଲେଇ ପ୍ରକଳ୍ପ କାର୍ଯ୍ୟ କରୁଥିବା ସଂସ୍ଥାର ଅଧିକାରୀ ଙ୍କ ସହ ସମଲେଇ ପ୍ରକଳ୍ପ ର କ୍ଷେତ୍ର ପରିଦର୍ଶନ କରିଥିଲେ l ସମଲେଇ ପ୍ରକଳ୍ପର ଭିନ୍ନ ଭିନ୍ନ ତିନୋଟି ସ୍ଥାନକୁ ଯାଇ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଫୁଙ୍ଖନୂଫୁଙ୍ଖ ଆଲୋଚନା କରିଥିଲେ l ମୁଖ୍ୟତଃ ଏହି ଯୋଜନା ର ପ୍ରଥମ ପର୍ଯାୟ କାମକୁ ଚଳିତ ଡିସେମ୍ବର ମାସ ପୂର୍ବରୁ ସମ୍ପୂର୍ଣ କରିବାକୁ ନିର୍ଦେଶ ଦେଇଥିଲେ 5t ସଚିବ l ମନ୍ଦିର ପରିସରରେ ଉପସ୍ଥିତ ଥିବା କେତେକ ସାଧାରଣ ଲୋକଙ୍କ ସହ କଥାବାର୍ତା ହେବା ସହ ହାତ ମିଳେଇ ଥିଲେ ଓ କେତେକ ସ୍ୱେଚ୍ଛାସେଵୀ ସଂଗଠନ ର ସଦସ୍ୟ ମାନଙ୍କ ଠାରୁ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ l ସମ୍ବଲପୁରର ବିଭିନ୍ନ ମନ୍ଦିର ର ବିଭିନ୍ନ ସମସ୍ୟା ନେଇ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ 5t ସଚିବ ଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି l