ଖବର ଆଜିର:ତାରିଖ ୩୦/୦୫/୨୩, ମଙ୍ଗଳବାର

ଖବର ଆଜିର:ତାରିଖ ୩୦/୦୫/୨୩, ମଙ୍ଗଳବାର

୧-ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ । CHSE ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସୂଚନା।

୨-ରାଜ୍ୟ କ୍ୟାବିନେଟ୍‌‌ ବୈଠକ : ୧୮ ପ୍ରସ୍ତାବ ଉପରେ ଲାଗିଲା ମୋହର।

୩-ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଉପହାର: ଆରମ୍ଭ ହେଲା ମୋ ଘର ଯୋଜନା।

୪-ରଥଯାତ୍ରା ନୀତି ନିର୍ଘଣ୍ଟ ଚୁଡାନ୍ତ: ସକାଳ ୯ଟା ୩୦ରେ ପହଣ୍ଡି,୪ଟାରେ ରଥଟଣା।

୫-ମଞ୍ଚେଶ୍ବର:ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପାଇଁ ପ୍ରସ୍ତୁତ ‘ୱାର୍ଲ୍ଡ ସ୍କିଲ୍ ସେଣ୍ଟର’। ୭ଟି ଅତ୍ୟାଧୁନିକ ବିଷୟରେ ୧ ବର୍ଷିଆ ତାଲିମ ପାଠ୍ୟକ୍ରମ।

୬-ଅଧ୍ୟାଦେଶ ଜରିଆରେ ଆସିବ ଆପାର୍ଟମେଣ୍ଟ ମାଲିକାନା ନିୟମ, ଫିଟିବ ଆପାର୍ଟମେଣ୍ଟ ଖର୍ଦ୍ଦିବିକ୍ରୀ ବାଟ।

୭-ଢେଙ୍କାନାଳ:ମହିମା ସମାଜ ବାବାଙ୍କ ତୁଟିଲା ବିବାଦ । ୫ଟି ସଚିବ ଗଲେ ମନ ମିଳାଇଲେ ।

୮-ଆନ୍ତଃରାଜ୍ୟ ଲୁଟେରା ବାଓ୍ୱରିଆ ଗ୍ୟାଙ୍ଗ ଗିରଫ ଘଟଣା : ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିବ କମିଶନରେଟ ପୋଲିସ

୯-୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ନାକେଦମ୍: ଘଂଟା ଘଂଟା ଧରି ଘରୋଇ ବ୍ୟାଙ୍କ ଆଗରେ ଠିଆ ହୋଇ ଫେରୁଛନ୍ତି ଲୋକେ ।

୧୦-ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସୂଚନା; ବଲାଙ୍ଗୀରକୁ ପାନୀୟ ଜଳ ପ୍ରକଳ୍ପ ପାଇଁ ୪୨୩ କୋଟି ଟଙ୍କା ମଞ୍ଜୁର କଲେ ସରକାର।

୧୧-୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କରଞ୍ଜିଆ ତହସିଲଦାର ଚାର୍ଲ୍ସ ନାୟକ।

୧୨-ବ୍ରହ୍ମପୁର:କାର୍ଯ୍ୟାଦେଶ ପାଇଁ ନେଉଥିଲେ ୧୦ ହଜାର; ଲାଞ୍ଚ ନେବାବେଳେ ଜେଇଙ୍କ ସହ ୩ ଗିରଫ

୧୩-ବଜାରରେ ଆକାଶ ଛୁଆଁ ଅଦା ଦର: କିଲୋ ପିଛା ୧୮୦ରୁ ୨ଶହ ଟଙ୍କାରେ ବିକ୍ରି କରୁଛନ୍ତି ବେପାରୀ ।

୧୪-ସୁନ୍ଦରଗଡ଼:ଟ୍ରାକ୍ଟର ମାଲିକଙ୍କଠୁ ଲାଞ୍ଚ ନେବା ପଡିଲା ମହଙ୍ଗା, ହେମଗିରି ଏଏସ୍‌ଆଇଙ୍କୁ ନିଲମ୍ବିତ କଲେ ଏସ୍‌ପି।

୧୫-ନୀଳଗିରି:ନୃଶଂସ ବାପାର ସୈତାନ କାମ, ୨୦ ଦିନର ଶିଶୁକନ୍ୟାକୁ ବିଷ ଦେଲା ଜନ୍ମଦାତା।

୧୬-IPL 2023କୁ ମିଳିଲା ଚାମ୍ପିଅନ, ଶେଷ ବଲରେ ଗୁଜରାଟକୁ ହରାଇ ୫ମ ଥର ଟାଇଟଲ୍ ଜିତିଲା ଚେନ୍ନାଇ ସୁପର କିଙ୍ଗ୍ସ।

୧୭-ଇସ୍ରୋ ମୁଖ୍ୟ ଏସ. ସୋମନାଥଙ୍କ ବଡ଼ ଘୋଷଣା, ଆସନ୍ତା ଜୁଲାଇରେ ଲଞ୍ଚ୍ ହେବ ଚନ୍ଦ୍ରାୟାନ-୩।

୧୮-ଶ୍ରୀହରିକୋଟାରୁ ଅତ୍ୟାଧୁନିକ ନାଭିଗେସନ ସାଟେଲାଇଟ ଉତ୍‌‌କ୍ଷେପଣ, ସାଟେଲାଇଟ୍‌‌ ଜିଏସଏଲଭି-ଏଫ୧୨ ଓ ଏନଭିଏସ-୦୧ର ଉତ୍‌‌କ୍ଷେପଣ କଲା ଇସ୍ରୋ।

୧୯-ନୁଆଦୀଲ୍ଲି:ପାଞ୍ଚ ବର୍ଷରେ ସର୍ବନିମ୍ନ ସ୍ତରରେ ସହରାଞ୍ଚଳ ବେକାରୀ, NSSO ରିପୋର୍ଟ‌‌

୨୦-ସିଜ୍ ହେଲା ପୁଟିନଙ୍କ ପୂର୍ବତନ ଜ୍ୱାଇଁଙ୍କ ସମ୍ପତ୍ତି, ଡଚ୍ ଅଧିକାରୀଙ୍କ ବଡ଼ ଆକ୍ସନ।

Leave a Reply

Your email address will not be published. Required fields are marked *