
ରାଜ୍ଯ ସରକାର ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ସାଧାରଣ ଜନତା ପାଖରେ ପହଞ୍ଚୁନି ପିଇବାକୁ ଟୋପାଏ ପାଣି l ଗ୍ରୀଷ୍ମ ଋତୁରେ ମହାନଗର ଅଞ୍ଚଳରେ ଉତ୍କଟ ହେବାରେ ଲାଗିଛି ପାନୀୟ ଜଳ ସମସ୍ୟା, ପାଣି ସମସ୍ୟା ନେଇ ଆନ୍ଦୋଳନ କରିଛନ୍ତି ସ୍ଥାନୀୟ ଅଧିବାସୀ l ଏଭଳି କିଛି ଦୃଷ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ମହାନଗରର ୱାର୍ଡନମ୍ବର ୯ ଅନ୍ତର୍ଗତ ଗଣେଶ ନଗର ପ୍ରଥମ ଲାଇନ୍ ଓ ଗଣେଶ ନଗର ଚତୁର୍ଥ ଲାଇନରେ l ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ବ୍ରହ୍ମପୁର ମହାନଗର ବାସୀ। ଶେଷରେ ସ୍ଥାନୀୟ ବାସିନ୍ଦା ସାହି ମଝିରେ ଖାଲି ହାଣ୍ଡି ମାଠିଆ ଧରି ଆନ୍ଦୋଳନ କରିଛନ୍ତି l ଦୀର୍ଘ ଦିନ ଧରି ଜଳ ସମସ୍ୟା ଲାଗି ରହିଛି, ବିଭାଗୀୟ ଅଧିକାରୀ SDO ଓ ଯନ୍ତ୍ରୀ ଙ୍କୁ ଅଭିଯୋଗ ପରେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ l ସ୍ଥାନୀୟ କର୍ପୋରେଟର ସମସ୍ୟା ଶୁଣିବାକୁ ଘର ପାଖକୁ ଆସୁଛନ୍ତି କିନ୍ତୁ ସମାଧାନ କରିପାରିନାହାନ୍ତି l ଅଧିକାରୀଙ୍କ ଅବହେଳା ଯୋଗୁଁ ଟୋପାଏ ପାଣି ମିଳୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା କ୍ଷଭ ପ୍ରକାଶ କରିଛନ୍ତି l ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା l ସମସ୍ୟାର ସମାଧାନ ୨ ଦିନ ଭିତରେ କରାଯିବା ପାଇଁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି SDO ଅଲେଖ ଦଳେଇ କହିଛନ୍ତି l