
TPNDOL ଠିକାରେ କାର୍ଯ୍ୟ କରୁଥିବା ସମୟରେ ଘଟିଲା ଦୁର୍ଘଟଣା । କ୍ଷତି ପୂରଣ ଦାବିରେ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ ଆଗରେ ଶବ ରଖି ଧାରଣା ଦେଲେ କର୍ମଚାରୀ। ସୂଚନା ମୁତାବକ ଭଦ୍ରକ ଟାଟା ପାୱାର ଇଲେକ୍ଟ୍ରି ଡିଭିଜନ ଅଧୀନ ଏଚ ଏସ ପାୱାର ପ୍ରାଇଭେଟ ଲିମିଟେଡ଼ ଅଣ୍ଡର ରେ ଇଲେକ୍ଟ୍ରି ମିଟର ମେଣ୍ଟେନାନ୍ସ ଟିମ ର ସୁପରଭାଇଜର ଭାବେ ଭଦ୍ରକ ବ୍ଲକ ଅଧିନ ବନ୍ଧ ଗାଁ ପଂଚାୟତ ର କାଳିଦାସପୁର ଗାଁର ରଞ୍ଜନ ନାୟକ ଙ୍କ ପୁତ୍ର ପ୍ରଶାନ୍ତ କୁମାର ନାୟକ କାର୍ଯ୍ୟ କରୁଥିଲେ। ଗତ ଶନିବାର କାଳିଦାସପୁର ଗାଁରେ ମିଟର କାମ କରି ରାସ୍ତାରେ ଯାଉଥିବା ବେଳେ ହଠାତ ଏକ ଗାଡ଼ି ଆସି ଯିବାରୁ ସେ ବାଇକଟି କୁ କାଟି ଦେଇ ଗଛରେ ପିଟି ହୋଇ ଯାଇଥିଲେ | ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିବାରୁ ଭଦ୍ରକ ଓ ପରେ କଟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟି ଥିଲା | ପୋଷ୍ଟମୋଟମ ପରେ ଭଦ୍ରକ ଫେରି ବାଇପାସ ଇଲେକ୍ଟ୍ରି ହେଡ଼ ଅଫିସ ସମୁଖରେ ମିଟର ରିଡିଙ୍ଗ ୟୁନିଅନ ପକ୍ଷରୁ ଶବ ରଖି ଅଫିସ ଆଗରେ କ୍ଷତିପୂରଣ ଦାବିରେ ଆନ୍ଦୋଳନ କରିଥିଲେ ।ଶେଷରେ ଅନ୍ତେଷ୍ଟିକ୍ରିୟା ପାଇଁ କିଛି ଟଙ୍କା ଦିଆଯାଇଥିବା ବେଳେ ତାଙ୍କର ଏଜେନ୍ସି ଟଙ୍କା ପାଇବା ଏବଂ ତାଙ୍କ ପରିବାରରୁ ଜଣଙ୍କୁ ଏଇ କାମରେ ନିୟୋଜିତ କରିବାର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କରି ଶବ ନେଇ ତାଙ୍କ ଗାଁ କୁ ସମସ୍ତ କର୍ମଚାରୀ ମାନେ ଯାଇଥିଲେ |