
ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର୍ ରୋହିତ ପୂଜାରୀ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ମାନେଶ୍ଵର ବ୍ଳକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତରୁ ଆସିଥିବା ଜନ ସାଧାରଣଙ୍କ ଅଭିଯୋଗକୁ ଆଲୋଚନା କରିଛନ୍ତି l ମାନେଶ୍ଵର ବ୍ଳକ BDO ସ୍ମରଣିକା ଟୁଲୁ ଓ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଓ ବ୍ଲକ ଚେୟାରମ୍ଯାନ ସମେତ ସମସ୍ତ ବିଭାଗର ଅତିଥି ମାନେ ଉପସ୍ଥିତ ଥିଲେ l ପାନୀୟଜଳ, ଟାଟା ପାୱାର ର ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ, ଚାଷ ଜମି ରେ ପାଣି ପାଇଁ ଲିଫ୍ଟ ପଏଣ୍ଟ ବ୍ଯବସ୍ଥା, ପ୍ରଧାନ ମନ୍ତ୍ରୀ ଆବାଶ ଘର ଓ ଏହାର ନିର୍ମାଣ ପାଇଁ ପଟ୍ଟା ପ୍ରଦାନ ଅଭିଯୋଗ ଆଲୋଚନା ର ମୁଖ୍ୟ ଅଂଶ ଥିଲା l ସମସ୍ତ ଙ୍କ ଉପସ୍ଥିତିରେ କିଛି ଲୋକଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଥିଲା ଓ କିଛି ବିକଳାଙ୍ଗଙ୍କୁ ବିକଳାଙ୍ଗ କାର୍ଡ ବଣ୍ଟନ କରାଯାଇଥିଲା l