
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆହ୍ଵାନ କ୍ରମେ ରାଜ୍ୟ ସଭାପତି ବିଜୟ ମହାନ୍ତିଙ୍କ ଆହ୍ଵାନ କ୍ରମେ ସମ୍ବଲପୁର ଡିଭିଜନ ପକ୍ଷରୁ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସମ୍ବଲପୁର ଜିଲ୍ଲପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଲକ୍ଷ୍ମୀ ଟକିଜ ଠାରୁ ହଜାର ହଜାର କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ଶୋଭାଯାତ୍ରା ମାଧ୍ୟମରେ ଗୋଲବଜାର, ପିରବାବା ଛକ ଦେଇ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ରାଜ୍ୟ ସଭାପତି ବିଜୟ ମହାନ୍ତି ଏହି ସଭାରେ ସଭାପତିତ୍ବ କରି ବିଭିନ୍ନ ଦାବୀ ଉପସ୍ଥାପନା କରିବା ମଧ୍ୟରେ କେନ୍ଦୁପତ୍ର ତୋଳାଳୀ, ସିଯିନାଲ କର୍ମଚାରୀ ଏବଂ ବନ୍ଧେଇ ଶ୍ରମିକ ମାନେ ୨୦୧୪-୧୫ ମସିହାରେ ତଥା ପ୍ରୋତ୍ସାହନ ଏବଂ ସାମାଜିକ ନିରାପତ୍ତା ମୂଳକ ବିଭିନ୍ନ ସହାୟତା ୨୦୨୨ ମସିହା ପର୍ଯ୍ୟନ୍ତ ପାଇ ଆସୁଥିଲେ ମଧ୍ୟ ଚଳିତ ବର୍ଷ ୨୦୨୨ ମସିହା କେନ୍ଦୁପତ୍ର ସଂସ୍ଥାର ଲାଭାଂଶ ବଣ୍ଟନ ବେଳେ ବୋନସ ଦେବାରେ ବ୍ୟତିକ୍ରମ କରାଯାଇ ବୋନସ ଦିଆ ଯାଇନାହିଁ। ଏହା ଫଳରେ କେନ୍ଦୁପତ୍ର ତୋଳାଳୀ, ସିଯିନାଲ୍ କର୍ମଚାରୀ, ବନ୍ଧେଇ ଶ୍ରମିକ ମାନେ ଅତିମାତ୍ରାରେ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି। ଆର୍ଥିକ ସହାୟତା ନାମରେ ଦିଆ ଯାଇଥିବା ୧୦୦୦ ଟଙ୍କା ଏବଂ ୧୫୦୦ ଟଙ୍କା କୁ ସରକାର ନିଜର ରସକୋଷ ରୁ ଦେଲେ ସଂଘ ତାକୁ ସ୍ଵାଗତ କରିବ କିନ୍ତୁ ବୋନସ ନ ଦେଇ କେନ୍ଦୁପତ୍ର ର ଲାଭାଂଶ ରୁ ଆର୍ଥିକ ସହାୟତା ଦେବା ଯୋଗୁଁ ଲକ୍ଷ୍ୟ ଲକ୍ଷ୍ୟ ତୋଳାଳୀ ଏବଂ ଅଧିକାଂଶ କର୍ମଚାରୀ କ୍ଷତିଗ୍ରସ୍ତ ହେଉଛନ୍ତି। ସେହିପରି କେନ୍ଦୁପତ୍ର ଉପରେ ଲଗାଯାଇଥିବା ଜି ଏସ ଟି ଉଚ୍ଛେଦ ସହ କେନ୍ଦୁପତ୍ର ସଂସ୍ଥା ର ଘରୋଇକରଣ କରିବା ରୁ ସରକାର ନିବୃତ ରହିବା ପାଇଁ ଦାବୀ ହୋଇଥିଲା।ସଂଘ ସମ୍ପାଦକ ତଥା କେନ୍ଦୁପତ୍ର ୱେଲଫ୍ୟାର୍ ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ତୋଳାଳୀ ଏବଂ କର୍ମଚାରୀଙ୍କ ଦାବୀ କୁ ନ୍ୟାର୍ଯ୍ୟ ଦାବୀ ବୋଲି କହିବା ସହ ସମସ୍ତ ଦାବୀ ପୂରଣ ପାଇଁ ସରକାରଙ୍କ ଠାରେ ଦୃଢତାର ସହିତ ଉତଥାପନ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ଉପସଭାପତି ଗୋକୁଳ ମେହେର ତୋଳାଳୀ କର୍ମଚାରୀ ମାନଙ୍କ ସମସ୍ୟା ବିଧାନସଭା, ଲୋକସଭା ରେ ଉତଥାପନ କରୁନଥିବା ଲୋକ ପ୍ରତିନିଧିଙ୍କୁ ଆଗାମୀ ନିର୍ବାଚନରେ ଉଚିତ୍ ଜବାବ ଦିଆଯିବ ବୋଲି ଚେତାବନୀ ପ୍ରଦାନ କରିଥିଲେ।