ଭିଜିଲାନ୍ସ ଜାଲରେ ଡିଏଫଓ ଅଫିସର ବରିଷ୍ଠ କିରାଣୀ ସଞ୍ଜୟ କୁମାର ବାଗ

ଭିଜିଲାନ୍ସ ଜାଲରେ ଡିଏଫଓ ଅଫିସର ବରିଷ୍ଠ କିରାଣୀ ସଞ୍ଜୟ କୁମାର ବାଗ

ଭିଜିଲାନ୍ସ ଜାଲରେ ଡ଼ିଏଫଓ ଅଫିସର ବରିଷ୍ଠ କିରାଣୀ ସଞ୍ଜୟ କୁମାର ବାଗ l ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ପେନସନ କରାଇ ଦେବା ବାବଦକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ l ଲାଞ୍ଚ ନେଉଥିବା ବେଳେ ସମୟରେ କୋରାପୁଟ ଭିଜିଲାନ୍ସ ଟିମ ଚଢ଼ାଉ କରିଛି l 

ସୂଚନାଯୋଗ୍ୟ ଯେ, ଖଡ଼ିଆଳ ବନ ବିଭାଗ ଫରେଷ୍ଟ ଗାର୍ଡ ବିନୋଦିନୀ କୈବର୍ତ୍ତ ମାନସିକ ଅସୁସ୍ଥତା କାରଣରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ l ଅବସର ପରେ ମଧ୍ୟ ତାଙ୍କୁ ପେନସନ ମିଳିନଥିଲା l ପେନସନ କାଗଜପତ୍ରର ପ୍ରକ୍ରିୟାକରଣ ପାଇଁ ଖଡ଼ିଆଳ ଡ଼ିଏଫଓ ଅଫିସ ବରିଷ୍ଠ ସହାୟକ ଶ୍ରୀ ବାଗ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ l ଏନେଇ ବିନୋଦିନୀଙ୍କ ଭାଇ ମନୋଜ କୈବର୍ତ୍ତ ଓଡିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ l ଭିଜିଲାନ୍ସରେ ଅଭିଯୋଗ ପରେ ପୂର୍ବ ଯୋଜନା ମୁତାବକ ଆଜି ବିନୋଦିନୀଙ୍କ ଭାଇ ମନୋଜ ଡ଼ିଏଫଓ ଅଫିସରେ ବରିଷ୍ଠ ସହାୟକ ଶ୍ରୀ ବାଗଙ୍କୁ ଲାଞ୍ଚ ବାବଦକୁ ପଇସା ଦେବା ବେଳେ ଜୟପୁର ଓ ଭବାନୀପାଟଣା ମିଳିତ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲେ l ଏବଂ ସେଠାରେ ତାଙ୍କୁ ସିଧାସଳଖ ଧରିଥିଲା ଭିଜିଲାନ୍ସ l ପରେ ଡ଼ିଏଫଓ ଅଫିସ ଓ ଲୋହରlପାଲି ସ୍ଥିତ ବାସ ଭାବନାରେ ଭିଜିଲାନ୍ସ ଏକ କାଳୀନ ଚଢ଼ାଉ କରିଥିଲା l ବର୍ତମାନ ସଞ୍ଜୟଙ୍କ ସମ୍ପତ୍ତିର ତଦନ୍ତ ଜାରି ରହିଛି l ଏହି ଚଢ଼ାଉରେ ଜୟପୁର ଓ ଭବାନୀପାଟଣା ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି l 

Leave a Reply

Your email address will not be published. Required fields are marked *