
୧-ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩%, ବାଣିଜ୍ୟରେ ପାସ୍ ହାର ୮୧.୧୨%।
୨-ଭୁବନେଶ୍ୱର:ପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏଁ ପ୍ରଫେସର ଗଣେଶୀଲାଲ ଦାୟିତ୍ଵରେ ରହିବେ।
୩-ବିବାଦ ଓ ବିଭ୍ରାଟ ଭିତରେ ଆସିଲା ଯୁକ୍ତ ଦୁଇ ଫଳ,୨ ଘଣ୍ଟା ପରେ ବି ୱେବସାଇଟରେ ମିଳିଲାନି ରେଜଲ୍ଟ।
୪-୮ ସୁଦ୍ଧା ପ୍ରକାଶ ପାଇପାରେ +2 କଳା ରେଜଲ୍ଟ।ଆସନ୍ତାବର୍ଷଠାରୁ ଯୁକ୍ତଦୁଇରେ ଆସିବ ବ୍ୟାପକ ସଂସ୍କାର। ମାଟ୍ରିକ ଭଳି ଯୁକ୍ତ ଦୁଇ ପରୀକ୍ଷାରେ ଆସିବ ସଂସ୍କାର।
୫-ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ପରିମାଣ ବୃଦ୍ଧି । ଦାୟିତ୍ବ ନିର୍ବାହ ସମୟରେ ମୃତ୍ୟୁ ଘଟିଲେ ସହାୟତା ରାଶି ୪ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି।
୬-ଭୁବନେଶ୍ୱର:ମାଣ୍ଡିଆର ଭୁ-ପ୍ରଜାତି ଜାରି କରିବାରେ ଓଡ଼ିଶା ପ୍ରଥମ।
୭-ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍ର ଶତ ପ୍ରତିଶତ ସଫଳତା, ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଜଣାଇଲେ ଶୁଭେଚ୍ଛା।
୮-ନୀଳଗିରି ଏନଏସି ସିମୁଳିଆ ଗାଁ:+2 ପରୀକ୍ଷାରେ ଫାଷ୍ଟ୍ କ୍ଲାସ୍ ନପାଇବାରୁ ୩ ମହଲା କୋଠାରୁ ଡେଇଁଲେ ଛାତ୍ରୀ
୯-ଆଉ ମୂଲ ଲାଗିବେନି ବଣ୍ଡା ଜନଜାତିର ମେଧାବୀ ଛାତ୍ରୀ କରମା ମୁଦୁଲି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଗଲା ୩୦ ହଜାର ଟଙ୍କା।
୧୦-ଭୁବନେଶ୍ୱର : ପୂର୍ବତନ ଅତିରିକ୍ତ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ)ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)।
୧୧-ଭୁବନେଶ୍ୱର: ଅରବିନ୍ଦ ସିଂହ TPCODL ଓ ଅମିତ୍ ଗର୍ଗ TPSODLର ସିଇଓ ନିଯୁକ୍ତ।
୧୨-କଟକ ବକ୍ସଡ୍ରେନରେ ଫସି ନାବାଳିକା ମୃତ୍ୟୁ ଘଟଣାରେ ୨ ସହକାରୀ ଯନ୍ତ୍ରୀ ସସ୍ପେଣ୍ଡ।
୧୩-ଖଡ଼ିଆଳ: ପେନସନ କାଗଜାତ ପାଇଁ ଲାଞ୍ଚ, ଭିଜିଲାନ୍ସ ଜାଲରେ କନିଷ୍ଠ ହିସାବ ରକ୍ଷକ ସଞ୍ଜୟ କୁମାର ବାଗ୍।
୧୪-ମହିଳା ଓ ଶିଶୁବିକାଶ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।
୧୫-ପୁରୀ:ଘଣ୍ଟୁଆ ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଲୋଚନା; ଘୋଷ ଯାତ୍ରାରେ ନିୟୋଜିତ ହେବେ ୭୫ ଜଣ ଘଣ୍ଟୁଆ
୧୬-ଓଡ଼ିଶା ଭାସ୍କର କାର୍ଯ୍ୟାଳୟ ଆଗରେ କଂଗ୍ରେସର ନାରା ବାଜି, ଟେକା ମାଡ଼ରେ ଝରକା କାଚ ଭାଙ୍ଗିଲା।
୧୭-ଭାରତରେ ଶିକ୍ଷକ ମାନଙ୍କର କାର୍ଯ୍ଯଦକ୍ଷତା ହେବ ଉନ୍ନତ, ସିଙ୍ଗାପୁର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ।
୧୮-୧୦ବର୍ଷରୁ କମ ସମୟରେ ଭାରତର ଛବି ବଦଳାଇଛନ୍ତି ମୋଦୀ ସରକାର, ଆମେରିକୀୟ ସଂସ୍ଥା ମୋରଗାନ ଷ୍ଟାନଲି କହିଲା ୨୦୧୩ ପରି ନାହିଁ ଆଉ ଭାରତର ସ୍ଥିତି।
୧୯-ମଣିପୁରରେ ହିଂସା ରୋକିବାକୁ ପ୍ରୟାସ । ମିସନ ମୋଡରେ କାମ କରୁଛନ୍ତି ଗୃହମନ୍ତ୍ରୀ । ଗୋଟିଏ ଦିନରେ ଅମିତ ଶାହାଙ୍କ ୯ ବୈଠକ।