କନକ ଦୁର୍ଗାଙ୍କ ମନ୍ଦିର ପ୍ରତିଷ୍ଠା ଓ ମୁତ୍ୟାଲୁମ୍ମାଙ୍କ ଯାତ୍ରାରେ ଯୋଗ ଦେଲେ ସାଂସଦ ଓ ବିଧାୟକ

କନକ ଦୁର୍ଗାଙ୍କ ମନ୍ଦିର ପ୍ରତିଷ୍ଠା ଓ ମୁତ୍ୟାଲୁମ୍ମାଙ୍କ ଯାତ୍ରାରେ ଯୋଗ ଦେଲେ ସାଂସଦ ଓ ବିଧାୟକ

ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଣମଣା ପଂଚାୟତର ଟାକିରିଆ ବ୍ରହ୍ମପୁର ଠାରେ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ମା କନକ ଦୁର୍ଗାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ଯୋଗ ଦେଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା । ଉଭୟ ଆଜି ମା କନକ ଦୁର୍ଗାଙ୍କୁ ଦର୍ଶନ କରିବା ସହ ସେଠାରେ ଚାଲିଥିବା ପୂଜା, ହୋମ, ନାମ ଯଜ୍ଞ, ଘୃତ ଯଜ୍ଞ, ଗୋ ଯଜ୍ଞ ଓ ଅନ୍ନ ଯଜ୍ଞ ଆଦିକୁ ବୁଲି ଦେଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟିର ବହୁ ସଦସ୍ୟ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ପରେ ଆର୍ଯ୍ୟପଲ୍ଲୀ ପଂଚାୟତର ସାନ ଆର୍ଯ୍ୟପଲ୍ଲୀରେ ଚାଲିଥିବା ମା ମୁତ୍ୟାଲୁମ୍ମାଙ୍କ ଯାତ୍ରାର ଉଦଯାପନୀ ଦିବସରେ ମା ଙ୍କ ନିଜସ୍ୱ ମନ୍ଦିରରେ ମାଙ୍କୁ ଦର୍ଶନ କରିଛନ୍ତି । ପରେ ଗ୍ରାମର ସାହି ବୁଲି ଗ୍ରାମରେ ଚାଲିଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଉଭୟ ସାଂସଦ ଓ ବିଧାୟକ ବୁଲି ଦେଖିଥିଲେ । ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ମଧ୍ୟ ଗ୍ରାମ୍ୟ କମିଟିର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *