ଜ଼ିଲ୍ଲା ସ୍ତରୀୟ ମିଳିତ ଅମଲା ସଂଘ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନ ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଜ଼ିଲ୍ଲା ସ୍ତରୀୟ ମିଳିତ ଅମଲା ସଂଘ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନ ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସକାଳ ୮ଟା ରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଅମଲା ମଞ୍ଚର ଅଧ୍ୟକ୍ଷ୍ୟ ଚିତ୍ତରଞ୍ଜନ ତରାସିଆଙ୍କ ନେତୃତ୍ବରେ ଜ଼ିଲ୍ଲା ହେଡ଼ କ୍ଵାଟର ର ୩୨ଟି ବିଭାଗର ୨୦୦ରୁ ଉର୍ଦ୍ଧ୍ବ ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇଥିବାବେଳେ ଅମଲା ମାନେ ଆଜିଠାରୁ ଜିଲ୍ଲା ଓ ରାଜ୍ୟ ସାରା କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ସାମୁହିକ ଛୁଟି ନେଇଛନ୍ତି। ତେବେ ଅମଲା ମାନଙ୍କ ଯୋଗ୍ୟତା ତୁଳନାରେ ରାଜ୍ୟ ସରକାର ମାସିକ ଦରମା ପ୍ରଦାନ କରୁ ନ ଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ବିଭିନ୍ନ ସମୟରେ ଅମଲା ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରାଯାଇ ଥିଲେ ମଧ୍ୟ ରାଜ୍ୟ ସରକାର ନୀରବ ରହିଥିବା ଅଭିଯୋଗ ହୋଇଛି । ତେବେ କନିଷ୍ଠ ସହାୟକ ମାନଙ୍କୁ ଲାବେଲ ୪ ରୁ ୯ ଅର୍ଥାତ ୯୩୦୦ ରୁ ୩୪୮୦୦ ଦରମା ହାର ପ୍ରଦାନ କରିବା ସହିତ ୪୨୦୦ ଗ୍ରେଡ ପେ -ପ୍ରଦାନ କରିବା ପାଇଁ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅମଲା ସଂଘର ପୂର୍ବ ନିଷ୍ପତ୍ତି କ୍ରମେ ଅମଲା ମାନେ ମେ ୨୨ ତାରିଖରୁ କଳାବ୍ୟାଜ ପରିଧାନ କରି ମେ ଶେଷ ପର୍ଯ୍ୟନ୍ତ ନିଜ ନିଜ କାର୍ଯ୍ୟାଳୟରେ ନିଜ ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ଦାବି ପୂରଣ ନ ହେଲେ ଜୁନ ୧ ତାରିଖ ରୁ ଅମଲା ମାନେ ସମୁହ ଛୁଟିରେ ଯିବା ପାଇଁ ଚେତାବନୀ ଦେଇଥିଲେ। ତେବେ ଆଜିଠାରୁ ଅମଲାମାନେ ସାମୂହିକ ଛୁଟି ନେବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପୂରଣ ନ ହେଲେ ସାମୁହିକ ଛୁଟି ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *