
୧-ଜଳୁଛି ପଶ୍ଚିମ ଓଡ଼ିଶା, ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା।
୨-ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ୫-ଟି ସଚିବ,ଶୀଘ୍ର କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ : ୮୫ ପ୍ରତିଶତ କାର୍ଯ୍ୟ ଶେଷ।
୩-ଆଜି ଦିନ ୧୧ଟାରେ ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ : www.ojee.nic.in
୪-ଓଡ଼ିଶା ପାଇଁ ଗୌରବ- ବିଶ୍ୱ ପାଣିପାଗ ସଙ୍ଗଠନର ଉପାଧ୍ୟକ୍ଷ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର।
୫-ମାଲକାନଗିରି: କାଳବୈଶାଖୀ ତାଣ୍ଡବ, ଭୁଶୁଡ଼ିଲା ବିମାନ ବନ୍ଦର ପାଚେରି,୨ ଶ୍ରମିକଙ୍କ ମୃତ୍ୟୁ।
୬-ଦେଶରେ ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ରାଜସ୍ବ ସଂଗ୍ରହ ବୃଦ୍ଧି ପାଇ ୧ଲକ୍ଷ ୫୭ହଜାର ୯୦ କୋଟି ଟଙ୍କାରେ ପହଞ୍ଚିଛି।
୭-ବାଲେଶ୍ବର : ଭଦ୍ରକ ଜିଲା ଅବଦୁଲ କଲାମ ଦ୍ବୀପରୁ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇ ପାରୁଥିବା ମଧ୍ୟମ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ରର ଅଗ୍ନି-୧ର ସଫଳ ପରୀକ୍ଷା ।
୮-ପୂର୍ବତନ ଚମ୍ପୁଆ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢାଉ ଜାରି।
୯-ଶିକ୍ଷା, କ୍ରୀଡ଼ା ଓ ଆର୍ଟ ଅଫ ଗିଭିଂର ବିଶ୍ୱବ୍ୟାପୀ ପ୍ରସାର ପାଇଁ ଡ. ଅଚ୍ୟୁତ ସାମାନ୍ତଙ୍କୁ କରାଗଲା ସମ୍ମାନୀତ।
୧୦-ବସ୍ତିରୁ ବାହାରିଲେ ଟପ୍ପର । ଯୁକ୍ତ ୨ ବିଜ୍ଞାନରେ ଭୁବନେଶ୍ୱର ଟପ୍ପର ହେଲେ ବର୍ଷାରାଣୀ ସ୍ୱାଇଁ । ସେପଟେ ପାଠ ପଢିବା ପାଇଁ ଶ୍ରମିକ ସାଜିଥିବା ରାଣୀ ହେମ୍ରମଙ୍କ ସଫଳତାକୁ ନେଇ ଚର୍ଚ୍ଚା।
୧୧-ଯାଜପୁର: ପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା, ବଦଳିଲେ ମଙ୍ଗଳପୁର ଥାନା ଅଧିକାରିଣୀ।
୧୨-ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି ଅମଲାମାନେ, ୩୮ଟି ବିଭାଗର ଅଫିସ କାମ ପ୍ରଭାବିତ ,୩୦ଟି ଯାକ ଜିଲ୍ଲାର ୩୦ ହଜାରରୁ ଅଧିକ ଅମଲା ଏହି ସମୂହ ଛୁଟିରେ ସାମିଲ।
୧୩-ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ସତର୍କତା, ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ।
୧୪-ନିଶା ବିକିଲେ ରାଜଧାନୀରୁ ୬ ମାସ ପାଇଁ ତଡ଼ିପାର ହେବେ ବେପାରୀ।
୧୫-ପାୱାର କଟ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁ କଟୁଛି ବିଜୁଳି: ଶକ୍ତିମନ୍ତ୍ରୀ
୧୬-ଉମରକୋଟ:ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ରରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ।
୧୭-ବାଲେଶ୍ୱର:ହୋଟେଲ୍ ନନାରେ ଅଗ୍ନିକାଣ୍ଡ, ସଟ୍ ସର୍କିଟରୁ ନିଆଁ ଲାଗିଥିବା ସୂଚନା।
୧୮-ଦୁବାଇ ପରେ ସିଙ୍ଗାପୁର । ଭୁବନେଶ୍ୱରରୁ ସିଧାସଳଖ ଉଡିବ ବିମାନ ।
୧୯-ତେଲେଙ୍ଗାନାରେ ତିଆରି ହେଉଛି ଦୁନିଆର ପ୍ରଥମ 3D ପ୍ରିଣ୍ଟେଡ ମନ୍ଦିର, ୩୮୦୦ ବର୍ଗ ଫୁଟ ଅଞ୍ଚଳରେ ଚାଲିଛି ନିର୍ମାଣ।
୨୦-ବିହାର ମୁଖ୍ୟମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ସହମତି ପ୍ରକାଶ କଲା କଂଗ୍ରେସ । ଜୟରାମ ରମେଶ କହିଲେ ବୈଠକରେ ଦଳ ଯୋଗ ଦେବ ଓ ବିଭିନ୍ନ ପ୍ରସଙ୍ଗରେ କରିବ ଆଲୋଚନା।