
ପୁଟ୍ଟପର୍ତ୍ତୀ ପ୍ରଶାନ୍ତି ରୁ ଯାତ୍ରା ଆରମ୍ଭ କରି ଓଡିଶା ର ପ୍ରତ୍ୟେକ ଜ଼ିଲ୍ଲା ଓ ଗାଁ ଗାଁ ରେ ପହଂଚି ଶାନ୍ତି ଓ ପ୍ରେମର ବାର୍ତ୍ତା ର ସଚେତନତା କରାଉଥିବା ଶ୍ରୀ ସତ୍ୟ ସାଇ ବାବାଙ୍କ ଦିବ୍ୟ ପାଦୁକା ରଥ ଯାତ୍ରା ଏବେ ସୁବର୍ଣ୍ଣ ପୁର ଜିଲ୍ଲାରେ ପହଞ୍ଚିଛି। ସମସ୍ତଙ୍କୁ ଭଲ ପାଅ ଓ ସମସ୍ତଙ୍କ ସେବା କର ଏହି ବାର୍ତ୍ତା ନେଇ ସୁଦୁର ପ୍ରଶାନ୍ତିରୁ ବାହାରି ଥିବା ପାଦୁକା ରଥ ଯାତ୍ରା ଜ଼ିଲ୍ଲା ରେ ଗତ କାଲିଠୁ ସୋନପୁର ବ୍ଲକ ର ବିଭିନ୍ନ ଗାଁ ରେ ବୁଲିଥିବା ବେଳେ ଆଜି ସୋନପୁର ସହର ର ମୁଖ୍ୟ ରାସ୍ତା ରେ ଆସି ସବୁ ସାହି ପରିକ୍ରମl କରିଥିଲା l ଏହି ଯାତ୍ରା ସମୟରେ ବିଭିନ୍ନବାଜା, ଭଜନ କୀର୍ତ୍ତନ, ଏବଂ ୧୧ଜଣ ପଣ୍ଡିତ ଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ ସହ ଭକ୍ତ ବାବାଙ୍କ ଦିବ୍ୟପାଦୁକା ଦର୍ଶନର ଦୃଶ୍ୟ ସହରରେ ଏକ ଆଧ୍ୟାତ୍ମିକ, ଭାବାବେଗ ପରିବେଶ ସୃଷ୍ଟି କରିଥିଲା l ଓଡିଶାରେ ୩ ମାସ ଯାଏ ଓ ସୁବର୍ଣ୍ଣପୁର ଜ଼ିଲ୍ଲା ରେ ୧୪ଦିନ ଯାଏ ଯାତ୍ରା କରିବ l ସହର ପରିକ୍ରମl ପରେ ଶ୍ରୀ ସତ୍ୟ ସାଇ ସେବା ସମିତି ଠାରେ ଏହି ରଥ ପହଂଚିଥିଲା l ଏଠାରେ ମଧ୍ୟ ପ୍ରଭୁ କୃପା ଲାଭ, ପାଦୁକା ଦର୍ଶନ ଓ ପ୍ରସାଦ ସେବନ ପାଇଁ ଭକ୍ତ ଙ୍କ ଭିଡ଼ ଲାଗି ରହିଥିବା ଜଣାଯାଇଛି ll ଶ୍ରୀ ସାଇ ସେବା ସମିତି ର ରାଜ୍ୟ ଉପ ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି, ସୋନପୁର ଶାଖା ସଭାପତି ଗୁଣ ନିଧି ପାତ୍ର, ଆବାହକ ସମୀର ରଞ୍ଜନ ବହିଦାର, ବରିଷ୍ଟ ସଭ୍ୟ ସୂର୍ଯ୍ୟ ନାରାୟଣ ମହାପାତ୍ର ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ଦିବ୍ୟ ପାଦୁକା ଯାତ୍ରା ର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶ୍ରୀ ସତ୍ୟସାଇ ସେବା ସମିତି ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗଦେଇ ବାବାଙ୍କର ଦିବ୍ୟପାଦୁକା ଦର୍ଶନ କରିବାସହ ଉପସ୍ଥିତ ଭକ୍ତବୃନ୍ଦଙ୍କୁ ବାବାଙ୍କର ଆଲୌକିକ ଦିବ୍ୟବାଣୀ ତଥା ନରନାରାୟଣଙ୍କ ସେବାହିଁ ଭଗବାନଙ୍କ ପ୍ରକୃତ ସେବାବୋଲି ମତବ୍ୟକ୍ତ କରିଥିଲେ।