ନୂଆପଡା ରେ ପୁଣି ବାଘ ଆତଙ୍କ

ନୂଆପଡା ରେ ପୁଣି ବାଘ ଆତଙ୍କ

ନୂଆପଡା ଜିଲ୍ଲା ସଦର ରେଞ୍ଜ କୁକୁଡାଟାଲ ଗାଁ ପାଖ ମୁଶରଙ୍ଗି ଜଙ୍ଗଲ ପଥର ଉପରେ ଏକ ବାଘ ବସିଥିବାର ଦେଖି ଲୋକ ଭୟଭୀତ ହୋଇପଡିଛନ୍ତି। ପୂର୍ବରୁ ସେହି ପଥର ଉପରେ ଦୁଇଟି ବାଘ ବସିଥିବା ଦେଖା ଦେଇଥିବା ବେଳେ ବର୍ତ୍ତମାନ ଗୋଟିଏ ବାଘ ବୁଲୁଥିବା ଲୋକେ ଦେଖିଛନ୍ତି । ଫଳରେ କୁକୁଡାଟାଲ ଗାଁ ରେ ଭୟର ବାତାବରଣ ଖେଳିଯାଇଛି । ଗତକାଲି ସନ୍ଧ୍ୟା ସମୟର ଏହି ଘଟଣା ହୋଇଥିବା ବେଳେ ଗାଁ ରେ ବନ ବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କୁ ସଚେତନ କରିଛି ।

Leave a Reply

Your email address will not be published. Required fields are marked *