କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଅମଲା ସଂଘ

କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଅମଲା ସଂଘ

ବରଗଡ଼, ମିଶନ ଗ୍ରେଡ ପେ ୪୨ ଶହ ଲାଗୁ କରିବା ଦାବିରେ ଅମଲା ସଂଘ ତରଫରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଜୁନ ୧ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି । ପୂର୍ବରୁ ଗତ ମାସ ୨୨ ତାରିଖରୁ ସଂଘ ତରଫରୁ କଳାବ୍ୟାଜ ପିନ୍ଧି ଆନ୍ଦୋଳନ କରାଯାଇଥିବା ବେଳେ ସରକାର ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନ ନେଲେ ସାମୁହିକ ଛୁଟିରେ ଯିବେ ବୋଲି ଚେତାବନୀ ଦିଆଯାଇଥିଲା । ଯାହାକୁ ନେଇ ଜୁନ ୧ ରୁ ଜିଲ୍ଳାପାଲଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଉପଜିଲ୍ଳାପାଲ , ବ୍ଳକ , ତହସିଲ , ଶିକ୍ଷା , ପରିବହନ , ସ୍ୱାସ୍ଥ୍ୟ , ବାଣିଜ୍ୟକର ତଥା ଅନ୍ୟାନ୍ୟ ବିଭାଗର କର୍ମଚାରୀ ମାନେ ନିଜ ନିଜ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ସହ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ଆନ୍ଦୋଳନରେ ଅମଲା ସଂଘ ପକ୍ଷରୁ ଅଧ୍ୟକ୍ଷ ନନ୍ଦ କିଶୋର ମିଶ୍ର, ଆବାହକ ବାଲ ମୁକୁଣ୍ଡ ଦୀପ, ଲୋକେଶ୍ୱର୍ ସାହୁ, ରମେଶ ଚନ୍ଦ୍ର ମେହେର, ଜ୍ଞାନ ସାହୁ, ପ୍ରହ୍ଲାଦ ଭେଶ୍ରା, ଶିବ ଶଙ୍କର ଦୋରା, ଫାଲଗୁନି ପଣ୍ଡା , ବଳରାମ ଦାସ, ନରେଶ ସାହୁ, ସରୋଜ ଦୁବେ ଓ ଜନ୍ମେୟ ସାମଲ ପ୍ରମୁଖ ଯୋଗଦାନ ଦେଇ ଥିଲେ।

Leave a Reply

Your email address will not be published. Required fields are marked *