
ପ୍ରବଳ କୁହୁଡ଼ି ଫଳରେ ୨ଟି ସ୍ଥାନରେ ଓଲଟିଲା ବସ୍; ଜଣେ ମୃତ, ୧୪ ଗୁରୁତର
ବସ୍ ଦୁର୍ଘଟଣାରେ ଚାଲିଯାଇଛି ଦୁଇ ଦୁଇଟି ଜୀବନ କିନ୍ତୁ ଏହି ବସ୍ ଦୁର୍ଘଟଣା ଅଲଗା ଅଲଗା ସ୍ଥାନରେ ହୋଇଥିବା ସୁଚନା ମିଳିଛି । ତେବେ ଗତକାଲି ରାତିରେ ପ୍ରବଳ କୁହୁଡ଼ି ଫଳରେ ଏପରି ଘଟଣା ଘଟିଛି । ଗୋଟିଏ ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟଟି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ରାସ୍ତା ରେ ହୋଇଛି ।
Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।।

ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ‘ରଘୁନାଥ’ ବସ୍ ଗତକାଲି କଟକରୁ ଜୟପୁର ଅଭିମୁଖେ ଯାଉଥିଲା। ମାତ୍ର ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ବେଥିଆପଡ଼ା ନିକଟରେ ଦ୍ରୁତ ଗତିରେ ଯାଉଥିବା ବସ୍ଟି ଏକ କଲଭର୍ଟରେ ପିଟି ହୋଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି।
ସେହିପରି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ରାସ୍ତା ରତାଖଣ୍ଡି ମାମୁ ଢାବା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଏକ ଘରୋଇ ବସ ଓଲଟି ପଡିଲା । ଏହି ଦୁର୍ଘଟଣାରେ ୫ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି