
କରୋନା କଟକଣା ପାଇଁ ବନ୍ଦଥିବା ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ ଆସନ୍ତା ଫେବୃଆରୀ ୨ ତାରିଖରୁ ଖୋଲିବାକୁ ଯାଉଛି । ଏହାଛଡ଼ା ବୁର୍ଲା ପ୍ଲାନେଟାରିୟମ ଓ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ । ପ୍ରତ୍ୟକ ସୋମବାର ଏହା ବନ୍ଦ ରହିବ ତେଣୁ ସାମାଜିକ ଦୂରତା କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି
Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।।

ପ୍ରତ୍ୟେକ ସୋ’ରେ ସର୍ବାଧିକ ୫୦ ଜଣ ଦର୍ଶକଙ୍କୁ ଅନୁମତି ମିଳିବ , ପ୍ରତି ସୋ’ ପାଇଁ ୧୭୦ଟି ଲେଖାଏଁ ସିଟ୍ ରହିଥିବା ବେଳେ ବୁର୍ଲା ପ୍ଲାନେଟାରିୟମରେ ୧୪୦ଟି ସିଟ୍ ରହିଛି କିନ୍ତୁ ଏବେ ଉଭୟ ପ୍ଲାନେଟାରିୟମ୍ର ସୋ’ ପାଇଁ ମାତ୍ର ୫୦ଜଣଙ୍କୁ ହିଁ ଅନୁମତି ଦିଆଯିବ ।
୨ଟି ସୋ’ ମଧ୍ୟରେ ସମୟ ଅବଧିକୁ ଏବେ ବଢ଼ାଇ ଦିଆଯାଇଛି। ଫଳରେ ହଲ୍କୁ ଭଲ ଭାବେ ବିଶୋଧିତ କରାଯାଇପାରିବ। ଏଥିସହ ପରବର୍ତୀ ଓ ପଛ ସିଟ୍କୁ ଛାଡ଼ି ଦର୍ଶକଙ୍କର ବସିବାର ବ୍ୟବସ୍ଥା ହୋଇଛି। ଏବେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ରେ ୩ଟି ସୋ’ ହିଁ ପଡ଼ିବ

