ନୂତନ କାରାଗାର ଗୃହ ପ୍ରତୀଷ୍ଟା ଓ କାରାଗାର ବାସିଙ୍କ ସୁଧାର କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂତନ କାରାଗାର ଗୃହ ପ୍ରତୀଷ୍ଟା ଓ କାରାଗାର ବାସିଙ୍କ ସୁଧାର କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ କାରାଗାରର ମୁଖ୍ୟ ଜିଲ୍ଲା ଜେଲ ଅଧିକାରୀ ଶ୍ରୀମତୀ ରଶ୍ମି ପ୍ରଭା ରଏ ଏବଂ ପୂର୍ବତନ ଜିଲ୍ଲା ଚିକିତ୍ସା ଅଧିକାରୀ ଜଳନ୍ଧର ମେହେର ଙ୍କ ତତ୍ତ୍ୱାବଧାନରେ ମୂଖ୍ୟ କାରାଗାର ଅନ୍ତର୍ଗତ ନୂତନ କାରା ଗୃହ ପ୍ରତିଷ୍ଠା ତଥା କାରାଗାର ଅନ୍ତେବାସୀ ସୁଧାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାରାଗାର ରେ କାରାଦଣ୍ଡ ଭୋଗୁଥିବା ବନ୍ଦୀମାନଙ୍କୁ ନେଇ ଗାୟତ୍ରୀ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଠାବନ ପ୍ରକାର ଜଡ଼ିବୁଟି ରେ ନିର୍ମିତ ଶାକଲ୍ୟ ନାମକ ହବନ ସାମଗ୍ରୀ ଏଥିରେ ବ୍ୟବହୃତ ହୋଇଥିଲା, ଯାହା ଚାପଗ୍ରସ୍ତ ଅନ୍ତେବାସୀଙ୍କ ଶାରୀରିକ, ମାନସିକ ତଥା ଆତ୍ମ ବଳ ବୃଦ୍ଧି ରେ ସାହାଯ୍ୟ କରିଥାଏ। ଏଥିରେ କଳାହାଣ୍ଡି ଗାୟତ୍ରୀ ପରିବାର ର ମୁଖ୍ୟ ସଂଯୋଜକ ତପନ କୁମାର ସାହୁ , ସନ୍ତୋଷ କୁମାର ପଣ୍ଡା , ରଞ୍ଜନ କୁମାର ତ୍ରିପାଠୀ, ଧନଞ୍ଜୟ ପଣ୍ଡା , ଗଣେଶ ଚନ୍ଦ୍ର ପୃଷ୍ଟି ,ଦେବେନ୍ଦ୍ର ବିଶ୍ଵାଳ ,ଧୋବା ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ଅନ୍ତେବାସୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ।ନୂତନ ଗୃହ ପ୍ରତିଷ୍ଠା ସହ ଏକ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ସଞ୍ଚାଳନ କରିବା ସହ ଗାୟତ୍ରୀ ତୀର୍ଥ ଶାନ୍ତିକୁଞ୍ଜ ର ବ୍ରହ୍ମୠଷି ପରମ୍ ପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଅମୃତ ବାଣୀ ଦ୍ଵାରା ବିଚାର କ୍ରାନ୍ତି ର ବୀଜ ବପନ କରିଥିଲେ।ବନ୍ଦୀ ମାନଙ୍କୁ ସତ୍ ସାହିତ୍ୟ ବଣ୍ଟନ କରିବା ପରେ କଇଦି ମାନେ ଆଗାମୀ ଦିନରେ ନିଶା ଦ୍ରବ୍ୟ ଆଉ ସେବନ କରିବେନି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *