ନୃସିଂହନାଥ ଝରଣାରେ ଗାଧୋଉଥିବା ବେଳେ ଯୁବକଙ୍କ ମୃତ୍ୟୁ

ନୃସିଂହନାଥ ଝରଣାରେ ଗାଧୋଉଥିବା ବେଳେ ଯୁବକଙ୍କ ମୃତ୍ୟୁ

ବରଗଡ଼ ଜିଲ୍ଲା ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କର ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ଝରଣାରେ ଗାଧେଇବା ସମୟରେ ଅଘଟଣ ଘଟିଛି। ବରଗଡ଼ ନିକଟସ୍ଥ ଚକୁଲି ଫାର୍ମ ଅଞ୍ଚଳରୁ କିଛି ଯାତ୍ରୀ ଭୀମଧାର ଜଳପ୍ରପାତରେ ଗାଧୋଇବା ପାଇଁ ଯାଇଥିବା ବେଳେ ସେମାନଙ୍କ ଭିତରୁ ଶ୍ରୀରାମ ବାସନ ସେଠୀ ନାମକ ଜଣେ ଯୁବକ ଭୀମ ଧାର ତଳେ ସ୍ନାନ କରୁଥିବା ସମୟରେ ପଥର ତଳେ ଫସି ଯାଇଥିଲା। ଏହା ଦେଖି ତାଙ୍କ ପରିବାର ଚିତ୍କାର କରି ଥିଲେ। ଖବର ପାଇ ମନ୍ଦିର କର୍ମଚାରୀ ଓ ସ୍ବେଛସେବୀ ମାନେ ଆସିଥିଲେ ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ତୁରନ୍ତ ପାଇକମାଳ ଅଗ୍ନିଶମ ଖବର ଦେଇଥିଲେ । ଅଗ୍ନିଶମ ବିଭାଗରେ କର୍ମଚାରୀ ମାନେ ଅତି କଷ୍ଟରେ ଯୁବକଙ୍କୁ ଉଧାର କରି ପାଇକମାଲ ଡାକ୍ତଖାନାକୁ ଆଣିଥିଲେ। ଯୁବକର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପାଇକମାଳରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ରେଫର କରିଥିଲେ। ସେଠାରେ ଡାକ୍ତର ଶ୍ରୀରାମକୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *