ଭୁବନେଶ୍ବରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ: ଏମ୍ସ ଯାଇ କରିବେ ସମୀକ୍ଷା

ଭୁବନେଶ୍ବରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ: ଏମ୍ସ ଯାଇ କରିବେ ସମୀକ୍ଷା

ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଏମ୍ସ ଯାଇ ସମୀକ୍ଷା କରିବେ ମନସୁଖ ମାଣ୍ଡଭ୍ୟ । ଏମ୍ସରେ ଡାକ୍ତରଙ୍କ ସହ ବୈଠକ କରିବେ । ଚିକିତ୍ସା ବ୍ୟବସ୍ଥାର ଆବଶ୍ୟକତା ନେଇ କରିବେ ଆଲୋଚନା । ଏହାପରେ କଟକ ଓ ବାଲେଶ୍ୱର ମେଡିକାଲ ଯାଇ ଆହତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସୂଚନା ମୁତାବକ, ମୃତଦେହ ଚିହ୍ନଟ ପାଇଁ ଚେନ୍ନାଇରୁ ଆସୁଛନ୍ତି ସମ୍ପର୍କୀୟ । ସେମାନଙ୍କ ପାଇଁ ରେଳ ବିଭାଗ ସମସ୍ତ ବ୍ୟବସ୍ଥା କରିଛି। ୪୮ ଘଣ୍ଟା ଭିତରେ ଚିହ୍ନଟ ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆଜି ସନ୍ଧ୍ୟା କିମ୍ବା କାଲି ସକାଳ ସୁଦ୍ଧା ମରାମତି କାମ ଶେଷ ହୋଇଯାଇପାରେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *