ଖବର ଆଜିର -ତାରିଖ:05/06/23, ସୋମବାର

ଖବର ଆଜିର -ତାରିଖ:05/06/23, ସୋମବାର

୧-ରତ୍ନବେଦୀ ଛାଡି ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି , ମହାସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ। ଆଜିଠାରୁ ଅନବସର ନୀତି।

୨-ଆଜିଠୁ ଆରମ୍ଭ ହେବ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ।ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ ପାଇଁ ହୋଇଛି କଡ଼ା ସୁରକ୍ଷା ବନ୍ଦୋବସ୍ତ ।

୩-ବାହାନଗା ଟ୍ରେନ୍ ଟ୍ରାଜେଡି: ଆଖି ବୁଜିଛନ୍ତି ୨୭୫ ଜଣ, ଏପର୍ଯ୍ୟନ୍ତ ୧୦୮ ମୃତଦେହଙ୍କ ହେଇପାରିଛି ପରିଚୟ ଚିହ୍ନଟ,୧୧୯୯ଜଣ ଆହତ । ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

୪-୪ ଦିନରେ କେରଳ ଛୁଇଁବ ମୌସୁମୀ,୨୦ ଜିଲ୍ଲାକୁ ବଜ୍ରପାତ ସୂଚନା, ସମ୍ବଲପୁରରେ ପାରଦ ୪୪ଂ।

୫-ବାହାନଗା ଟ୍ରେନ୍‌ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ବୋର୍ଡ ସୁପାରିସ କରିଛି : ଅଶ୍ୱିନୀ ବୈଷ୍ଣବ।

୬-ସ୍ନାନ ଯାତ୍ରାରେ କାକଟପୁର ମା’ମଙ୍ଗଳାଙ୍କ ସ୍ୱତନ୍ତ୍ର ନୀତି ସହ ଚନ୍ଦନ ବେଶ: ୮ରୁ ୧୦ କେଜି ଚନ୍ଦନ କାଠରେ ମାଆଙ୍କ ମୁଖ ଚନ୍ଦନ ବେଶ ନୀତି ସମ୍ପନ୍ନ।

୭-ଭୁବନେଶ୍ୱର:୫ ଦଫା ଦାବି ନେଇ ୨୪ ଦିନରେ ଏଲିମେଣ୍ଟାରୀ ଶିକ୍ଷକଙ୍କ ଧାରଣା ଜାରି।

୮-ଅଧିକ ଶିକ୍ଷା ଲାଭ ପାଇଁ ଅର୍ଥ ସାଜିଥିଲା ବାଧକ: କଳାହାଣ୍ଡିର ଦୁଇ ଛାତ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇଲେ 5T ସଚିବ।

୯-ସିଗନାଲ୍‌ ଭୁଲ୍‌ ପାଇଁ ଟ୍ରାକ୍‌ରୁ ଖସିଲା କରମଣ୍ତଳ, ଘଣ୍ଟା ପ୍ରତି ବେଗ ଥିଲା ୧୨୮ କିମି।

୧୦-କୋଭିଡ ମୁକାବିଲାରେ ଓଡିଶାର ଉଚ୍ଚକୋଟୀର କାର୍ଯ୍ୟକୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

୧୧-ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା: ସମାଜସେବୀଙ୍କ ସହ ମିଶି ରକ୍ତଦାନ କରିବାକୁ ଧାଡ଼ି ଲଗାଇଲେ ନେତା ଓ ଅଭିନେତା।

୧୨-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପୁରୀରୁ ଭୁବନେଶ୍ୱର, କଟକ ଓ କୋଲକାତାକୁ ମାଗଣା ବସ୍‌ ସେବା।

୧୩-କୋରାପୁଟ ଶାବର ଶ୍ରୀକ୍ଷେତ୍ର ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ପୂର୍ଣ୍ଣିମା ସମ୍ପନ୍ନ, ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ।

୧୪-ବାହାନଗା ଟ୍ରେନ ଦୁର୍ଘଟଣା: ରେଳଧାରଣାରୁ ଉଠାଗଲା ୨୧ଟି ବଗି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାର୍ଯ୍ୟ।

୧୫-ଟାଙ୍ଗୀ:୨୦୨୩-୨୦୨୪ ଶିକ୍ଷାବର୍ଷରେ DRIEMS Institute of Health sciencesରେ MBBS ପାଇଁ ୧୦୦ ସିଟରେ ହେବ ନାମଲେଖା।

୧୬-ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା: ୩ ମୃତ, ୫ ଗୁରୁତର।

୧୭-ରେଳ ଦୁର୍ଘଟଣା : ପିତାମାତାଙ୍କୁ ହରାଇଥିବା ପିଲାଙ୍କ ଶିକ୍ଷା ଦାୟିତ୍ବ ନେବ ଆଦାନୀ ଗ୍ରୁପ।

୧୮-ଦେବସ୍ନାନ ପୂର୍ଣ୍ଣିମାରେ ଅଘଟଣ; ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ଜୀବନ।

୧୯-ବୁଧବାର ସୁଦ୍ଧା ରେଳ ଚଳାଚଳ ସ୍ୱାଭାବିକ ହେବ, ଆଜି ସୁଦ୍ଧା ଗୋଟିଏ ଟ୍ରାକ୍ ପ୍ରସ୍ତୁତ ହୋଇଯିବ – ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Leave a Reply

Your email address will not be published. Required fields are marked *