ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ RWDର ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ RWDର ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ RWDର ସହକାରୀ ଯନ୍ତ୍ରୀ। ସଞ୍ଜୟ କୁମାର ବେହେରାଙ୍କ ସରକାରୀ କ୍ବାର୍ଟସ ସହ ୭ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଛାପା। ସୁନ୍ଦରଗଡ଼ରେ ଥିବା ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ବାର୍ଟର୍ସ ଓ ସୁନ୍ଦରଗଡ଼ କେନ୍ଦୁପଡ଼ାରେ ଥିବା ଭଡ଼ା ଘରେ ଚାଲିଛି ଭିଜିଲାନ୍ସ ରେଡ୍। ସେହିପରି ଭଦ୍ରକ ଟାଉନର ଆଚାର୍ଯ୍ୟନଗରରେ ରହିଛି ଦୁଇ ମହଲା କୋଠା, ବନ୍ତରେ ଥିବା ପୈତୃକ ଘରେ ଚାଲିଛି ରେଡ୍ । ଭଦ୍ରକ ତିହିଡି ସିଢ଼ୋଳରେ ଥିବା ଶ୍ବଶୁର ଘରେ ଚାଲିଛି ରେଡ୍।

ପୂର୍ବରୁ ଲେଫ୍ରିପଡ଼ା RWDର ଇନଚାର୍ଜ ଥିଲେ ସଞ୍ଜୟ କୁମାର ବେହେରା । ତେଣୁ ଲେଫ୍ରିପଡ଼ାରେ ଥିବା ସରକାରୀ କାର୍ଯ୍ୟାଳୟ ଓ କ୍ବାର୍ଟ୍ସରେ ଭିଜିଲାନ୍ସ ରେଡ୍ ହୋଇଛି । ସଞ୍ଜୟ କୁମାରଙ୍କ ନାଁରେ ରହିଛି ଦେଢକୋଟିର ଇନସ୍ୟୁରାନ୍ସ ଜମା । ରେଡ୍‌ରେ ୪ଜଣ ଡିଏସପି, ୧୦ ଇନସ୍ପେକ୍ଟର, ୪ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *