ଖବର ଆଜିର : ତାରିଖ ୦୬/୦୬/୨୩, ମଙ୍ଗଳବାର

ଖବର ଆଜିର : ତାରିଖ ୦୬/୦୬/୨୩, ମଙ୍ଗଳବାର

୧-ରକ୍ତ ଅଭାବ ପୂରଣ କଲା ବାହାନଗା ରେଳ ଦୁର୍ଘଟଣା,ଦୁଇ ଦିନରେ ୬ ଜିଲ୍ଲାରୁ ରେକର୍ଡ ୭୦୦୦ୟୁନିଟ୍ ସଂଗ୍ରହ।

୨-ଏସିବିରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ, ସମ୍ପର୍କୀୟଙ୍କ ଠାରୁ ପଚାରି ବୁଝିଲେ ସ୍ୱାସ୍ଥ୍ୟବସ୍ଥା।

୩-୧୦୮ କୁମ୍ଭ ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ, ଶ୍ରୀମନ୍ଦିର ତିନିବାଡ଼ରେ ପୂଜା ପାଉଛନ୍ତି ପଟିଦିଅଁ।

୪-ଭୁବନେଶ୍ୱର: ନିଯୁକ୍ତି ପାଇବେ ୧୨୦୦ ଡାକ୍ତର, ସହିଦ୍ ରେଣ୍ଡୋମାଝିଙ୍କ ନାମରେ ହେବ କଳାହାଣ୍ଡି ମେଡିକାଲ୍ କଲେଜ।

୫-କଟକ:୩୫ ବସ୍ ରେ କଲକାତା ଗଲେ ୧୭୫୦ ଯାତ୍ରୀ,ଟିକେଟ୍ କାଟି ବନ୍ଧାହେଲେ କଣ୍ଡକ୍ଟର, ପୁରୀରେ ୪ ବସ୍ ଜବତ୍ କଲା STA ।

୬-ସରିଲା ମରାମତି, ବାହାନଗା ବଜାର ଷ୍ଟେସନ୍‌ ଦେଇ ଗଡ଼ିଲା ଟ୍ରେନ୍‌।

୭-ଟ୍ରେନ୍‌ ଟ୍ରାଜେଡିର ଆରମ୍ଭ ହୋଇଛି CBI ତଦନ୍ତ, ସୂଚନା ଦେଲେ ପୂର୍ବତଟ ରେଳପଥ DRM।

୮-ଆଜି SCBରେ ଆହତଙ୍କୁ ଭେଟିବେ ମମତା,ପ୍ରତି ମୃତକଙ୍କ ପରିବାରର ଜଣକୁ ମିଳିବ ସ୍ପେସାଲ ହୋମଗାର୍ଡ ଚାକିରି।

୯-ମୃତଦେହ ସଂରକ୍ଷଣ ପାଇଁ ପାରାଦୀପରୁ ଏମସ ଆସିଲା ୫ଟି କଣ୍ଟେନର,କଣ୍ଟେନରରେ ଦୀର୍ଘଦିନ ପର୍ଯ୍ୟନ୍ତ ସଂରକ୍ଷଣ ରହିପାରିବ ମୃତଦେହ: ଏମ୍‌ସ ନିର୍ଦେଶକ।

୧୦-Nirf Ranking ୨୦୨୩: ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬ତମ ସ୍ଥାନରେ କିଟ୍ ବିଶ୍ଵବିଦ୍ୟାଳୟ।

୧୧-ଦକ୍ଷିଣ ପୂର୍ବ ଆରବସାଗର ଉପରେ ଘୂର୍ଣ୍ଣିବଳୟ,ଆଗାମୀ ୨୪ ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା।

୧୨-ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ୨ ଡ୍ରାଇଭର ଓ ଗାର୍ଡଙ୍କ ବୟାନ ରେକର୍ଡ।

୧୩-‘ସୁପର ଚେକ ଡ୍ରାଇଭ’ ମାଧ୍ୟମରେ ସୁରକ୍ଷା ଯାଞ୍ଚ ପାଇଁ କଡ଼ା ନିର୍ଦେଶ ଦେଲା ରେଳ ବୋର୍ଡ।

୧୪-ଟ୍ରେନ ଦୁର୍ଘଟଣା ପରେ ବଡ ସମସ୍ୟା, ମୃତକଙ୍କୁ ଚିହ୍ନଟ କରିବା: ଫଟୋ ଧରି ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ।

୧୫-୧୯୯୯ ମସିହାରେ ପରେ ଆମେ ଏତେ ବଡ଼ ବିପତ୍ତିକୁ ସାମ୍ନା କଲୁ,ରାଜ୍ୟ ପ୍ରଶାସନ ତତ୍ପରତାରୁ ବଞ୍ଚିଗଲା ଅନେକ ଜୀବନ: ମୁଖ୍ୟ ସଚିବ।

୧୬-ବରୀ ତନ୍ତୀ ଘାଇରେ ଡ଼ଙ୍ଗା ବୁଡି ୨ନାବାଳିକା ନିଖୋଜ ଘଟଣା, ଉଦ୍ଧାର ହେଲା ୨ଭଉଣୀଙ୍କ ମୃତଦେହ।

୧୭-ଚାଲିଗଲେ ମହାଭାରତର ଶକୁନି, ୭୯ବର୍ଷ ବୟସରେ ଗୁଫି ପେଣ୍ଟଲଙ୍କ ପରଲୋକ।

୧୮-ନୂଆଦିଲ୍ଲୀ:ଇଥାନଲ ମିଶ୍ରିତ ଡିଜେଲ ହେବ ବିକ୍ରି, ପରୀକ୍ଷାମୂଳକ ଯୋଜନା ଆରମ୍ଭ କରିବ BPCL।

୧୯-ପୁଣି ମଣିପୁରରେ ହିଂସା ପରେ ବଜାର ବନ୍ଦ, ଏଟିଏମ ଖାଲି। ପରିବହନ ସେବା ପୂରା ଠପ୍।

୨୦-ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ମୃତକ ତଥା ଅକର୍ମଣ୍ୟ ପରିବାରଙ୍କୁ ଚାକିରି ମିଳୁ: କଂଗ୍ରେସ।

Leave a Reply

Your email address will not be published. Required fields are marked *