
ଏକଦଫା ଦାବି ନେଇ ମିଳିତ ଅମଲା ମହାମଞ୍ଚର ଶାନ୍ତିପୂର୍ଣ୍ଣ ଧାରଣା ଷଷ୍ଠ ଦିନରେ ପହଞ୍ଚିଲା । ଗୋଟିଏ ପଟେ ଅମଲାମାନେ ଦାବି ପୂରଣ ନେଇ ଜିଦରେ ଅଡ଼ି ବସିଛନ୍ତି । ଅନ୍ୟପଟେ ବିଭିନ୍ନ ଅଫିସରୁ ସେବା ନପାଇ ସାଧାରଣ ଲୋକେ ବହୁବିଧ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ରାଜ୍ୟ ସରକାରଙ୍କ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବ, ଟାଳଟୁଳ ଓ କାଳ କ୍ଷେପଣ ନୀତି ପ୍ରତିବାଦରେ ଗତ ୧ ତାରିଖରୁ ଜିଲ୍ଲାସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିଛି । ଏହି ଧାରଣା ଯୋଗୁଁ ବିଭିନ୍ନ କାର୍ଯ୍ୟାଳୟରେ କାମ ଠପ ହୋଇଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସରକାର ଯଥାଶୀଘ୍ର ଅମଲାଙ୍କ ଦାବିକୁ ଗ୍ରହଣ କରି ସରକାରୀ କାର୍ଯ୍ୟାଳୟରେ ଅଚଳାବସ୍ଥା ଦୂର କରିବା ପାଇଁ ସାଧାରଣ ଲୋକେ ନିବେଦନ କରିଛନ୍ତି । ଷଷ୍ଠ ଦିନରେ ଶ୍ରୀ ଲବିରାମ ମାଝୀ, ଶ୍ରୀ ଅଜୟ କୁମାର ଶବର, ଶ୍ରୀ ଅଶ୍ବିନୀ କୁମାର ପଣ୍ଡା, ଶ୍ରୀ ପ୍ରମୋଦ ଖମାରୀ, ଶ୍ରୀ ଧନ୍ବନ୍ତରୀ ଚଲାନ ପ୍ରମୁଖ ଉପସ୍ଥିତ ଥିଲେ।