ବାପାଙ୍କ ଫେରିବା ବାଟକୁ ଅନାଇ ବସିଛି କୁନି ଝିଅ

ବାପାଙ୍କ ଫେରିବା ବାଟକୁ ଅନାଇ ବସିଛି କୁନି ଝିଅ

କଥା ଦେଇଥିଲେ ଆରଥର ବିବାହ ବାର୍ଷିକ ରେ ପୁରୀ ଜଗନ୍ନାଥ ମନ୍ଦିର କୁ ବୁଲିବାକୁ ଯିବା ହେଲେ ସେ କଥା ତାଙ୍କ ଅଧୁରା ରହିଗଲା ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସିଂଙ୍ଗିପୁର ଗ୍ରାମର ଭିଓ, ବାଲେଶ୍ୱର ଜିଲ୍ଲା ଝିଙ୍କିରିଆ ପଂଚାୟତ ସିଂଙ୍ଗିପୁର ଗ୍ରାମର ଭଗବାନ ପଲେଇ ଙ୍କ ଏକମାତ୍ର ପୁଅ ଥିଲେ ବିକ୍ଷିପ୍ତ ପଲେଇ ।ଟାଟା ପୱାର ବିଦ୍ୟୁତ କମ୍ପାନୀ ରେ ବାଲେଶ୍ୱର ରେ ଆକାଉଣ୍ଟେନ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସହିତ ଭଦ୍ରକ ରେ ଏକ ଘର ଭଡା ନେଇ ରହୁଥିଲେ । ପ୍ରତିଦିନ କରମଣ୍ଡଳ ଟ୍ରେନରେ ବାଲେଶ୍ୱର ପର୍ଯ୍ୟନ୍ତ ଯିବା ଆସିବା କରିଥାନ୍ତି ସବୁଦିନ ପରି ସେହିଦିନ ମଧ୍ୟ ଟ୍ରେନ ରେ ବସିବା ପରେ ସ୍ତ୍ରୀ ଶୁଭଶ୍ରୀ ମାହାନ୍ତି ଙ୍କ ସହିତ ଫୋନରେ କଥା ହୋଇ ବହୁ ଶୀଘ୍ର ଘରେ ପହଁଚିବି ବୋଲି କହିଥିଲେ। ହେଲେ ଶୁଭଶ୍ରୀ ଜାଣିନଥିଲେ ତାଙ୍କ ସ୍ୱାମୀଙ୍କ ସହିତ ଏହି କଥା ହେଉଛି ତାଙ୍କ ପାଇଁ ଶେଷ କଥା। ଯେତେବେଳେ ଟ୍ରେନ୍ ଦୁର୍ଘଟଣା ଖବର ପାଇଲେ ପରିବାର ଲୋକ ସହିତ ଶୁଭଶ୍ରୀ ଫୋନ ଲଗାଇଲେ ହେଲେ ଫୋନ ତାଙ୍କର ଲାଗୁନଥିଲା ।ବହୁ ଖୋଜା ଖୁଜି ପରେ ବାହାନଗା ବିଦ୍ୟାଳୟରେ ବିକ୍ଷିପ୍ତଙ୍କ ମୃତଦେହକୁ ଠାଵ କରାଯାଇଥିଲା। ଏଥି ସହିତ ବିକ୍ଷିପ୍ତ ଙ୍କ ର ଏକ ମାତ୍ର ଚାରି ବର୍ଷର ଝିଅ ଏବେବି ବାପାଙ୍କ ଫଟୋକୁ ଧରି ଗେଲ୍ଲ କରିବା ସହିତ ବାପା ବାପା ବୋଲି ଡାକ ପକାଉଛି। ତାଙ୍କ ମୃତ ଦେହ କୁ ପରିବାର ଲୋକ ଗ୍ରାମକୁ ଆଣିଥିବା ବେଳେ ପରିବାର ସହିତ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *