ଖବର ଆଜିର : ତାରିଖ ୦୮/୦୬/୨୩, ଗୁରୁବାର

ଖବର ଆଜିର : ତାରିଖ ୦୮/୦୬/୨୩, ଗୁରୁବାର

୧-ବାଲେଶ୍ୱର ରେଳ ଦୁର୍ଘଟଣା: ଓଡ଼ିଶାରେ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‍।

୨-ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ।

୩-ଦୁର୍ଘଟଣାର ୬ ଦିନ ପରେ ଯାତ୍ରା ଆରମ୍ଭ କଲା କରମଣ୍ଡଳ ଏକ୍ସପ୍ରେସ।ନିର୍ଦ୍ଧାରିତ ବେଗ ଠାରୁ କମ ବେଗରେ ଯାତ୍ରା କରୁଛି କରମଣ୍ଡଳ ଏକ୍ସପ୍ରେସ।

୪-ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲା କେନ୍ଦ୍ର, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ୨୧୮୩କୁ ବୃଦ୍ଧି।

୫-୫ – ଟି ସଚିବଙ୍କ ୨ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତ, ଶିକ୍ଷାନୁଷ୍ଠାନ ବିକାଶ ପାଇଁ ୧୪.୫୦କୋଟି ଘୋଷଣା।

୬-ଯାଜପୁର ରୋଡ ଷ୍ଟେସନରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା: ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଘୋଷଣା କଲେ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି।

୭-ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପାଇଁ କ୍ୟାଣ୍ଡେଲ ରାଲି କଲେ ଭୁବନେଶ୍ୱର ନୟାପଲ୍ଲୀ ଗାନ୍ଧୀ ବିଜୁ ଆଦର୍ଶ କଲୋନୀ ବାସିନ୍ଦା।

୮-ଭୁବନେଶ୍ୱର:ଅରୁଣ ବୋଥ୍ରା ହେଲେ CRUT ଏମଡି, ଅମିତାଭଙ୍କୁ ଦିଆଗଲା ଜେଲ ବିଭାଗର ଅତିରିକ୍ତ ଦାୟିତ୍ବ।

୯-ଜୋରସୋରରେ ଚାଲିଛି ୩ ରଥର ନିର୍ମାଣ କାର୍ଯ୍ୟ, ବଡ଼ ପୋଟଳ ପଡିବା ଶେଷ ହୋଇଛି।

୧୦-ଭୁବନେଶ୍ୱର:ମୁକ୍ତା ପାଇଁ ହାତ ଖୋଲିଦେଲେ ମୁଖ୍ୟମନ୍ତ୍ରୀ,୩୭ ପୈ।ରାଞ୍ଚଳକୁ ୪୨୩ କୋଟି ମଞ୍ଜୁର।

୧୧-ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଜୋରଦାର ତଦନ୍ତ କରୁଛି ସିବିଆଇ.. ଟେକ୍ନିକାଲ ଟିମ୍‌ର ଯାଞ୍ଚ ଭିତରେ କିଛି ଅଧିକାରୀଙ୍କ ମୋବାଇଲ୍‌ ସିଜ୍‌

୧୨-ଭୁବନେଶ୍ୱର: ବିଜ୍ଞପ୍ତି ପ୍ରକାଶ -କାର୍ଯ୍ଯରତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ମିଳିବ ୧୦ ଲକ୍ଷ ସହାୟତା।

୧୩-୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ ! ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା।

୧୪-ରେଳ ଦୁର୍ଘଟଣା ମୃତାହତଙ୍କୁ ସହାୟତା, ସରକାରଙ୍କ ପକ୍ଷରୁ ୫ଲକ୍ଷ ଏବଂ ଜିଲ୍ଲା ରେଡକ୍ରସ ତରଫରୁ ୧୦ ହଜାର ପ୍ରଦାନ।

୧୫-ରାଉରକେଲା:ଦରମା ଠାରୁ ଆୟ  ୩୩୩% ଅଧିକ, ବନ୍ଧାହେଲେ କୁବେର ଯନ୍ତ୍ରୀ ସଞ୍ଜୟ କୁମାର ବେହେରା।

୧୬-ସୁବର୍ଣ୍ଣପୁର:ସମସ୍ୟା ସମାଧାନ କରିବାକୁ ଯାଇ ପୋଲିସ ହଟହଟା, ଥାନାଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗାଁ ଲୋକେ।

୧୭-ନୂଆଦିଲ୍ଲୀ: ୭% ବଢ଼ିଲା ଖରିଫ୍ ଫସଲର MSP

୧୮-ନୂଆଦିଲ୍ଲୀ:୪୧ ବର୍ଷ ବୟସରେ ୧୬,୦୦୦ ହାର୍ଟ ସର୍ଜରୀ କରିଥିବା ଡାକ୍ତରଙ୍କର ହାର୍ଟଆଟାକ୍‌ରେ ମୃତ୍ୟୁ।

୧୯-ନୂଆଦିଲ୍ଲୀ:BSNL ପାଇଁ ୮୯,୦୪୭ କୋଟି ମଞ୍ଜୁର,୪ଜି ଓ ୫ଜି ସେବା  ବିସ୍ତାର ପାଇଁ ଖର୍ଚ୍ଚ ହେବ ଏହି ଅର୍ଥ।

୨୦-ତୋଷଖାନା ଘଟଣା – ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ପତ୍ନୀ ବୁଶରାଙ୍କ ବିରୋଧରେ ଠକେଇ ମାମଲା ରୁଜ୍ଜୁ।

Leave a Reply

Your email address will not be published. Required fields are marked *