କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ନିକଟରେ ୫ଟି ଦାବି ରଖିଛନ୍ତି କୁସ୍ତିଯୋଦ୍ଧା

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ନିକଟରେ ୫ଟି ଦାବି ରଖିଛନ୍ତି କୁସ୍ତିଯୋଦ୍ଧା

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିକଟରେ ୫ଟି ଦାବି ରଖିଛନ୍ତି କୁସ୍ତିଯୋଦ୍ଧା । ସେହି ଦାବିଗୁଡିକ ହେଲା ଜଣେ ମହିଳା ହୁଅନ୍ତୁ ରେସଲର ଫେଡେରେସନ ସଭାପତି । ବର୍ତ୍ତମାନର ସଭାପତି ବ୍ରିଜ ଭୂଷଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ ସଂଘରେ ସାମିଲ କରାନ ଯାଉ ।

ରେସଲର ସଂଘ ଲାଗି ମୁକ୍ତ ଓ ଅବାଧ ନିର୍ବାଚନ ହେଉ । ଗତ ଏପ୍ରିଲ ୨୮ରେ ଯନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ନେଇ ରେସଲରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର କରାଯାଉ । ଏହା ସହ ରେସଲର ଫେଡେରେସନ ସଭାପତି ବ୍ରିଜ ଭୂଷଣଙ୍କୁ ଗିରଫ କରାଯାଉ । ଆଜି କେନ୍ଦ୍ର କ୍ରୀଡ଼଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ରେସଲରମାନଙ୍କ ହୋଇଛି ଆଲୋଚନା ।

Leave a Reply

Your email address will not be published. Required fields are marked *