
ପରସିଙ୍ଗା ପଞ୍ଚାୟତରେ ଶଶ୍ମାନ ନିର୍ମାଣ ନେଇ ସରପଞ୍ଚଙ୍କୁ ଆକ୍ରମଣ
ଭଦ୍ରକ ଗ୍ରାମଞ୍ଚଳ ଥାନା ଅଧିନ ପରସିଙ୍ଗା ପଞ୍ଚାୟତରେ ଶଶ୍ମାନ ନିର୍ମାଣ ନେଇ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ସହ ମହିଳା ସରପଞ୍ଚଙ୍କୁ ଦୁର୍ବବ୍ୟବହାର ହୋଇଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି | ସୂଚନ ଅନୁଯାଇ ପଞ୍ଚାୟତ ପକ୍ଷରୁ ଶଶ୍ମାନ ନିର୍ମାଣ ନେଇ ଚିହ୍ନଟ କରାଯାଇଥିବା ସ୍ଥାନକୁ ବିରୋଧ କରୁଛନ୍ତି କିଛି ପରିବାର | ତେବେ ଗତକାଲି ଏ ନେଇ ବିବାଦ ଉଗ୍ରରୂପ ନେବା ସହ ପୂର୍ବତନ ସରପ଼ଞ୍ଚ ଅମୂଲ୍ୟ ଧଳକୁ ଆକ୍ରମଣ ଓ ମହିଳା ସରପଞ୍ଚ ଅନୁସୟା ସେଠୀଙ୍କୁ ଦୁର୍ରବ୍ୟବହାର କରାଯାଇଛି ଏ ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି | ତେବେ ଉକ୍ତ ସ୍ଥାନରେ ଗ୍ରାମବାସୀଙ୍କ ସହମତି କ୍ରମେ ଶଶ୍ମାନ ନିର୍ମାଣ ନେଇ ସମସ୍ତ ପ୍ରକୀୟା ଶେଷ ହୋଇଥିବା ବେଳେ କିଛି ପରବାର ଲୋକ ଏଭଳି କାଣ୍ଡ କରିଥିବା କହିଛନ୍ତି ପୂର୍ବତନ ସରପଞ୍ଚ | ଅପରପକ୍ଷେ ଏ ନେଇ ବିରୋଧ କରିଥିବା ଲୋକଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି |