ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇଟି ଗାଡିକୁ ଜବତ କଲେ ଏମ ରାମପୁର ଥାନ ଅଧିକାରୀ

ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇଟି ଗାଡିକୁ ଜବତ କଲେ ଏମ ରାମପୁର ଥାନ ଅଧିକାରୀ

କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନ ଅଧିକାରୀ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇଟି ଗାଡିକୁ ଜବତ କରିଛି। ସୂଚନା ମୁତାବକ ଦିନ ୧୨ଟା ସମୟରେ ଏମ ରାମପୁର ଥାନ ଅଧିକାରୀ ଯୋରାଡୁବୁରା ଠାରୁ ପେଟ୍ରୋଲିଙ୍ଗ୍ କରି ଫେରୁଥିବା ବେଳେ ପଣ୍ଡକାମାଳ ସଢେଲ୍ ପାଖରେ ହଠାତ ଦୁଇଟି ଗାଡି ପୋଲିସକୁ ଦେଖି ଖୁବ୍ ଜୋରେ ଜଙ୍ଗଲ ଆଡକୁ ଜିବାକୁ ଉଦ୍ୟମ କରିବା ସମୟରେ ଗାଡି ଦୁଇଟିକୁ ଅଟକାଇ ଥାନାକୁ ଆଣିଥିଲେ। ଜବତ ହୋଇଥିବା ଦୁଇଟି ଗାଡି ମଧ୍ୟରୁ ଗୋଟିଏ OD 26E 7914 ନମ୍ବର ବିଶିଷ୍ଟ ଆପାଚି ଗାଡି ହୋଇଥିବା ବେଳେ ଅନ୍ୟଟି OD 26 C 8622 ନମ୍ବର ବିଶିଷ୍ଟ ମାରୁତି ଇକୋ ଗାଡି। ତେବେ ଏହି ଦୁଇଟି ଗାଡି ମଧ୍ୟରୁ ମାରୁତି ଗାଡି ଯାଞ୍ଚ ସମୟରେ ସେଥିରୁ ଦୁଇଶହ ଅଠାନବେ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହି ଗାଡିଟି ନୂଆପଡା ଜିଲ୍ଲାର ବୋଲି ଜଣାପଡ଼ିଥିବା ବେଳେ ଗଞ୍ଜେଇ ଚାଲାଣ କରୁଥିବା ମାଫିଆ ମାନଙ୍କ ଉପରେ ମାମଲା ରୁଜୁ କରିଛି ପୋଲିସ।

Leave a Reply

Your email address will not be published. Required fields are marked *