ବୋର ପଦର ଠାରେ ଗୃହେ ଗୃହେ ଗାୟତ୍ରୀ ମହାଯଜ୍ଞ ଓ ଦେବ ସ୍ଥାପନ ଅଭିଯାନ ଅନୁଷ୍ଠିତ

ବୋର ପଦର ଠାରେ ଗୃହେ ଗୃହେ ଗାୟତ୍ରୀ ମହାଯଜ୍ଞ ଓ ଦେବ ସ୍ଥାପନ ଅଭିଯାନ ଅନୁଷ୍ଠିତ

ବିଶ୍ୱ ଶାନ୍ତି ପାଇଁ ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ନାମ ଯଜ୍ଞ ହେଉଥିବା ବେଳେ ଲାଞ୍ଜିଗଡ ବ୍ଲକ ପାହାଡ଼ ପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋର ପଦର ଗ୍ରାମରେ ବିଶ୍ୱ ଶାନ୍ତି ପାଇଁ ଗୃହେ ଗୃହେ ଗାୟତ୍ରୀ ଯଜ୍ଞ ଓ ଦେବ ସ୍ଥାପନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଗାଁ ଧାରିଣୀ ଗୁଡ଼ିକୁ ଯାଇ ଗାଁ ମୁଖ୍ୟ ଲୋକନାଥ ମାଝୀ ରୀତିନୀତି ଅନୁସାରେ ପୂଜାର୍ଚନା କଲାପରେ ମହା ଗାୟତ୍ରୀ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏହି ମହା ଯଜ୍ଞରେ ୧୨୫ଟି ହୋମ କୁଣ୍ଡରେ ଗାୟତ୍ରୀ ହୋମ ମହା ଯଜ୍ଞ ଅନୁଷ୍ଠିତ ହୋଇଥିଲା l ମହା ଯଜ୍ଞ କାର୍ଯ୍ୟକ୍ରମ ରେ ଦୂର ଦୁରାନ୍ତର ଗାଁର ଶତାଧିକ ମହିଳା ଓ ପୁରୁଷ ଭକ୍ତ ଯୋଗଦେଇ ବିଶ୍ୱ ଶାନ୍ତି ପାଇଁ ହୋମ କରିବା ସହିତ ଆଶୀର୍ବାଦ ନେଇଥିଲେ l ଏହି ଗାୟତ୍ରୀ ମହାଯଜ୍ଞ ଲାଞ୍ଜିଗଡ ବ୍ଲକ ଗାୟତ୍ରୀ ପରିବାର ମୁଖ୍ୟ ବ୍ଲକ ସଂଯୋଜକ ପରମେଶ୍ୱର ନାଏକ ସହ ସଂଯୋଜକ ସୁଶାନ୍ତ ମାଝୀ ସମେତ ଶାନ୍ତିକୁଞ୍ଜ ହରିଦ୍ୱାରର ବରିଷ୍ଠ ପରିବ୍ରାଜକ ଅଶୋକ ପେଣ୍ଟଇ, ଶୈଳେଶ,ସୁଶ୍ରୀ ପୂଣ୍ଣିମା ନାଏକ, ସଂଗୀତା ମାଝୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ -୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ପାହାଡ଼ ପଦର ସମିତି ସଭ୍ୟ ଜଗଦୀଶ ବେନିଆଁ ଯୋଗ ଦେଇଥିଲେ। ମହା ଯଜ୍ଞରେ ଆଖ ପାଖର ହଜାର ହଜାର ମହିଲା ପୁରୁଷ ଭକ୍ତ ସମାଗମ ହୋଇଥିଲ ବେଳେ ଗାଁ ଟି ଭକ୍ତି ମୟ ପରିବେଶ ଦେଖିବାକୁ ମିଲଛି l

Leave a Reply

Your email address will not be published. Required fields are marked *