ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ଆନୁକୁଲ୍ୟରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥ ଆଜିଠାରୁ ଜିଲ୍ଲାର ବିଭିନ୍ନ ଅଂଚଳ ବୁଲି ପରିଦର୍ଶନ କରି ଶିଶୁ ଶ୍ରମିକ ନିରାକରଣ ସଚେତନ କରିବ । ଏହି ରଥକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଶ୍ରମ ଅଧିକାରୀ ରବିନ୍ଦ୍ର ନାଥ ତ୍ରିପାଠୀ, ଛତ୍ରପୁର ଭାରପ୍ରାପ୍ତ ଶ୍ରମ ଅଧିକାରୀ ବି. ହୃଷିକେଶ ରାଓ, ଏଏଲଓ ରଶ୍ମିରେଖା ପଣ୍ଡା, ବିଇଓ ସୀତାରାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *