ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ G.20 ଶିକ୍ଷା କାର୍ଯ୍ୟନୁଷ୍ଠାନ ବିଭାଗ ଅଧ୍ୟକ୍ଷତାରେ ଲାଞ୍ଜିଗଡ଼ ଶିକ୍ଷା ବିଭାଗ ଓ ସିନି ଟାଟାଟ୍ରଷ୍ଟ ମିଳିତ ଆନୁକୁଲ୍ଯରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷାର ଏକ ଜରୁରୀ ତଥା ଆବଶ୍ୟକୀୟ ସର୍ତ୍ତ ଭାବରେ ସ୍ବୀକୃତି ଦେଇଛି । ଏଣୁ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ ତଥା ଉତ୍ତର ଦାଇତ୍ଵ ବଢାଇବା ଓ ଲୋକଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ/ସଦସ୍ୟା, ଅଭିଭାବକ ଓ ଯୁବକ ମାନଙ୍କୁ ବହୁଳ ଭାବରେ ଏହି କାର୍ଯ୍ୟକ୍ରମରେ ସାମିଲ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ବିଭିନ୍ନ ଶିକ୍ଷଣ ସାମଗ୍ରୀ, ଭାଷା , ଗଣିତ, ଲାଇବ୍ରେରୀ, ବିଜ୍ଞାନ କୋଣ ଆଦି ପଦର୍ଶନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବେନ୍ ଗାଁ ସରପଞ୍ଚ ପୁରୁଣା ମାଝୀ, ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଦଗୋ ମାଝୀ, ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାଗ, ସମାଜ ସେବୀ ଦିଲ୍ଲୀପ ହରିଜନ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଉକ୍ତ କ୍ଲଷ୍ଟରର ୧୮ ଗୋଟି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ସହଯୋଗ କରିଥିଲେ ଏବଂ ବିଦ୍ୟାଳୟର ପ୍ରଥମ ରୁ ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କ ସମେତ ଅଭିଭାବକ ମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ଓ ସିନି -ଟାଟାଟ୍ରଷ୍ଟ ମିଳିତ ଭାବେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ବିଦ୍ୟାଳୟ ମାନଙ୍କରେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଂଯୋଜକ ଆଶିଷ କୁମାର ପଣ୍ଡା କହିଛନ୍ତି ।

Leave a Reply

Your email address will not be published. Required fields are marked *