ମାହାଙ୍ଗା ସବରେଜିଷ୍ଟର ଅଫିସ ନୂତନ ଗୃହ ନିର୍ମାଣ କାର୍ଯ୍ୟରଶିଳାନ୍ୟାସ କଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା

ମାହାଙ୍ଗା ସବରେଜିଷ୍ଟର ଅଫିସ ନୂତନ ଗୃହ ନିର୍ମାଣ କାର୍ଯ୍ୟରଶିଳାନ୍ୟାସ କଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ପ୍ରସ୍ତାବ କ୍ରମେ ସରକାରଙ୍କ ପକ୍ଷରୁ ମାହାଙ୍ଗା ସବ ରେଜିଷ୍ଟର ଅଫିସ ଗୃହ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶନିବାର ଦିନ ଅପରାହ୍ନ ସମୟରେ ଏକ ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଶତାଧିକ ଜନସାଧାରଣ ବିଧାୟକ ଶ୍ରୀ ଜେନା ଙ୍କୁ ସଭାସ୍ଥଳକୁ ଏକ ବିରାଟ ବାଇକ ରାଲି ଦ୍ୱାରା ପାଛୋଟି ନେଇଥିଲେ l ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଉପନିବନ୍ଧକ ଅଫିସରେ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶୁଭ ଶିଳାନ୍ୟାସ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସହ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ସରପଞ୍ଚ ବେବିନା ଜେନା, ସବରେଜିଷ୍ଟାର ଜୋତିରଞ୍ଜନ ବେହେରା, ମୁଖ୍ୟ କିରାଣୀ କିଶୋର ଚନ୍ଦ୍ର ଦୀକ୍ଷିତ, ପଞ୍ଚାୟତ ସଭାପତି ନିରଞ୍ଜନ ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଏହି ରେଜିଷ୍ଟର ଅଫିସ ହେବା ଦ୍ୱାରା ସବ ରେଜିଷ୍ଟର କାର୍ଯ୍ୟ, ବିଶ୍ରାମଗାର, ପାନୀୟଜଳ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା ରେ ସୁଧାର ଆସିବ ଯାହାଦ୍ୱାରା ଏହି ଅଫିସ କୁ ଆସୁଥିବା ସମସ୍ତ ଜନସାଧାରଣ ଅନେକ ସୁବିଧା ପାଇପାରିବେ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l ଏହି ଅଫିସ ଗୃହ ନିର୍ମାଣ କାର୍ଯ୍ୟ କୁ ବର୍ଷେ ଭିତରେ ଶେଷ କରିବା ପାଇଁ ବିଧାୟକ ଶ୍ରୀ ଜେନା ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l

Leave a Reply

Your email address will not be published. Required fields are marked *