
ଜିଲ୍ଲାର ରୂପାନ୍ତରଣ ପାଇଁ ପଡ଼ିଲା ମୂଳଭିତ୍ତି । ଭଦ୍ରକ ଦେଖିବ ବିକାଶର ନୂଆ ସକାଳ I ଦୁଇଦିନିଆ ଗସ୍ତରେ ସାମଗ୍ରିକ ବିକାଶ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି 5T ସଚିବ ।
ଧାମରାର ବହୁପ୍ରତୀକ୍ଷିତ ମନ୍ତେଇ ବ୍ରିଜ୍ କାମ ଦ୍ରୁତଗତିରେ ଚାଲିଥିବା ବେଳେ ସକାଳୁ ସକାଳୁ ଅଗ୍ରଗତିର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ୍। ଖୁବଶୀଘ୍ର କାମ ସରିବା ପରେ ଚାନ୍ଦବାଲିରୁ ଧାମରା ଯାତାୟତ ସମୟ ଘଣ୍ଟାଏକୁ ହ୍ରାସ ପାଇବ। ପରେ ବୈତରଣୀ ନଦୀ ନିକଟରେ ଭିତରକନିକାକୁ ପ୍ରବେଶ ପଥ ଏବଂ ନଦୀବନ୍ଧର ଅନୁଧ୍ୟାନ କରି କ୍ରିଉ ଟ୍ରେନିଂ ସେଣ୍ଟର ପରିଦର୍ଶନ ପରେ ମିଶନ ଶକ୍ତି କାଫେରେ ଜଳଖିଆ କରିଥିଲେ। କାଳିପଡ଼ିଆରେ ଲୋକଙ୍କ ସମସ୍ଯା ଶୁଣିବା ସହ ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ 5T ସଚିବ।
ଲୁଣିପାଣି ଯନ୍ତ୍ରଣାର ଯୁଗଶେଷ ହେବ। ଘର ଦୁଆରେ ପହଞ୍ଚିବ ସ୍ବଚ୍ଛପାନୀୟ ଜଳ। ଚାନ୍ଦବାଲିରେ ୯୦୦ କୋଟି ଟଙ୍କାରେ ମେଗା ପାଇପ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଥିଲେ 5T ସଚିବ। ନଭେମ୍ବର ସୁଦ୍ଧା କାମ ସରିବାକୁ ଥିବାବେଳେ ରକ୍ଷଣାବେକ୍ଷଣା ପାଇଁ ଲୋକଙ୍କୁ ଆହ୍ବାନ ଦେଇଥିଲେ ।
ଚାନ୍ଦବାଲି ଇନଡୋର ଷ୍ଟାଡିୟମରେ ବିଭିନ୍ନ ବିକାଶମୂଳକ କାମ, ବାସୁଦେବପୁରରେ ବସଣ୍ଟାଣ୍ଡ ନିର୍ମାଣ ଏବଂ ସିଏଚସିରେ ଆମ ହସପିଟାଲ ରୂପାନ୍ତରଣର ଅନୁଧ୍ୟାନ ପରେ ଏ ବି ହାଇସ୍କୁଲରେ ସାଧାରଣ ଲୋକ ଏବଂ BCCUBB ହାଇସ୍କୁଲରେ 5Tରେ ହୋଇଥିବା ରୂପାନ୍ତରଣ କାମର ଅନୁଧ୍ୟାନ କରି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ସପ୍ତାହେ ଭିତରେ ସମସ୍ତ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ 5T ସଚିବ ।
ବିଶ୍ବବିଦିତ ହେବ ରକ୍ତତୀର୍ଥ ଇରମ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ 5T ଅଧିନରେ ରୂପାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଭି. କେ. ପାଣ୍ଡିଆନ୍। ଇରମର ଇତିହାସ ଜାଣିବାକୁ ସନ୍ଧ୍ୟାରେ ଅଧଘଣ୍ଟା ପାଇଁ ହେବ ଲାଇଟ-ଆଣ୍ଡ ସାଉଣ୍ଡ ଶୋ’। କୋଣାର୍କ ପରି ଏହାର ଉନ୍ନତିକରଣ କରାଯିବ। ଏଥିପାଇଁ ଖୁବଶୀଘ୍ର ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୬ରୁ ୮ମାସ ମଧ୍ୟରେ ନବକଳେବର ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହା ପରେ ଧାମନଗର ଇନଡୋର ଷ୍ଟାଡିୟମ ଓ ସିଏସଚିରେ ବିକାଶ କାମର ଅନୁଧ୍ୟାନ କରିଥିଲେ 5T ସଚିବ। ସମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସରେ ଉନ୍ନୟନ କାମର ଅନୁଧ୍ୟାନ କରି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମିଶନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ ପରେ ଭଣ୍ଡାରିପୋଖରୀ ବ୍ଲକ ତହସିଲ ନିକଟରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଭଣ୍ଡାରିପୋଖରୀରେ ହେଉଥିବା ଶିଳ୍ପର ବିକାଶ ପାଇଁ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ 5T ସଚିବ ।
ଆଖୁଆପଦାରେ ମେଗାପାଇପ ପାନୀୟ ଜଳଯୋଗାଣ ପ୍ରକଳ୍ପର ଅନୁଧ୍ୟାନ କରିଥିଲେ 5T ସଚିବ। ପରେ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏଥିପାଇଁ ୭୮୦କୋଟି ଟଙ୍କା ଖର୍ଚ୍ଚହେବ। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ 5T ସଚିବ ।
ଶୀର୍ଷ ଛୁଇଁବ ଭଦ୍ରକର ସାମଗ୍ରିକ ବିକାଶ । ଗ୍ରାଉଣ୍ଡରେ ସମୀକ୍ଷା ପରେ ସପ୍ତାହେ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ମିଳିଛି ପ୍ରତିଶ୍ରୁତି । ଲୋକଭିମୂଖୀ ପଦକ୍ଷେପ ପାଇଁ 5T ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ଭଦ୍ରକବାସୀ ।