
ରାଜସ୍ଥାନ ବିଶ୍ବ ରେକର୍ଡ କରିଛି। ୧୨ ଘଣ୍ଟା ଭିତରେ ୨୦୦୦ରୁ ଅଧିକ ବିବାହ କରି ଗିନିଜ ୱାର୍ଲ୍ଡ ରେକର୍ଡ (ଜିଡବ୍ଲ୍ୟୁଆର) ରେ ସ୍ଥାନ ପାଇଛି। ସୂଚନା ଅନୁଯାୟୀ ଗତ ୨୬ ତାରିଖରେ ବରାଁରେ ଏହି ସାମୂହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଯୋଡ଼ିଙ୍କ ବିବାହ ହୋଇଥିଲା। ଏହା ପୂର୍ବରୁ ୨୪ ଘଣ୍ଟାରେ ସର୍ବାଧିକ ବିବାହର ରେକର୍ଡ ମଧ୍ୟ ରାଜସ୍ଥାନ ନାମରେ ଥିଲା। ୨୦୧୩ରେ ୯୬୩ ୟେମେନି ଯୋଡ଼ିଙ୍କ ବିବାହ ହୋଇଥିଲା। ଶ୍ରୀ ମହାବୀର ଗୋଶାଳା କଲ୍ୟାଣ ସଂସ୍ଥାନ ଏହି ସାମୂହିକ ବିବାହ କାର୍ଯ୍ୟକ୍ରମର ଆୟୋଜନ କରିଥିଲା।