
ମେଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇଁ ପରିଶ୍ରମ କରିବାକୁ ପଡ଼ିବ। ଧନଲାଭ ଯୋଗ ରହିଛି। ଜମିଜମା ମାମଲାରେ ଖୁସି ଖବର ପାଇବେ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ। ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ।
ବୃଷ: ଆଜି ଭାଗ୍ୟ ଆପଣଙ୍କ ସାଥି ଦେବ । ସକାରାତ୍ମକ ରହିବେ। ଛାତ୍ରଙ୍କ ପରିଶ୍ରମରୁ ସଫଳତା ମିଳିବ। ପିଲାଙ୍କ ଉନ୍ନତିରେ ଅଭିଭାବକ ପ୍ରସନ୍ନ ରହିବେ। ପ୍ରେମ ସମ୍ବନ୍ଧରେ ଦିନଟି ଭଲ ବିତିବ।
ମିଥୁନ: ମନୋରଞ୍ଜନରେ ଦିନ ବିତିବ। ପରିବାର ସଦସ୍ୟଙ୍କ ସହ ଦୂର ସ୍ଥାନ ଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କର୍କଟ: ସାବଧାନତାପୂର୍ବଳ ଚଳିବାକୁ ହେବ। ପାରିବାରିକ ସମସ୍ୟା ଲାଗି ରହିବ। ବ୍ୟବସାୟରୁ ସଫଳତା ମିଳିବ। ଆୟ ଅନୁସାରେ ବ୍ୟୟ କରନ୍ତୁ। ନୂତନ କାମ ହାତକୁ ଆସିପାରେ।
ସିଂହ: ଆର୍ଥିକ ସ୍ଥିତି ମଜଭୁତ୍ ରହିବ। ବନ୍ଧୁମାନଙ୍କ ସହ ବୁଲିବାକୁ ଯୋଜନା କରିବେ। ବିଦ୍ୟାର୍ଥୀମାନେ ସଫଳତା ପାଇବେ। ମହିଳାମାନେ ଘରକଥା ନେଇ ଚିନ୍ତିତ ରହିବେ।
କନ୍ୟା: ଅଯଥା କଥାରେ ମୁଣ୍ଡ ପୂରାନ୍ତୁନି। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତିତ୍ବ ଲାଭ କରିବେ। ଘରେ ସୁଖଶାନ୍ତି ବଜାୟ ରହିବ। ପ୍ରେମ ସମ୍ବନ୍ଧ ପାଇଁ ଦିନଟି ଭଲ।
ତୁଳା: ରଚନାତ୍ମକ କ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଶୁଭ ମୁହୂର୍ତ୍ତ। ଗୁରୁଜନଙ୍କ ପରାମର୍ଶ ନେଇ କାମ କରନ୍ତୁ। ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ।
ବିଛା: ଆଜିର ଦିନରେ ସାମାନ୍ୟ ଫଳ ପାଇବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ଅନ୍ୟମନସ୍କ ହେବେ। ଅଯଥା ଖର୍ଚ୍ଚ କରନ୍ତୁନି। ବନ୍ଧୁ ପରିଜନଙ୍କ ସହ ସମୟ ବିତାନ୍ତୁ। ଉଧାର ଦେଇ ପାରନ୍ତି।
ଧନୁ: ଦିନର ଆରମ୍ଭରୁ ଆଳସ୍ୟ ଅନୁଭବ କରିପାରନ୍ତି। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ। ଅଚାନକ ଦୂରସ୍ଥାନ ଯାତ୍ରା କରିପାରନ୍ତି। ସନ୍ତାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ।
ମକର: ଅଫିସ କାମକୁ ନେଇ ଚିନ୍ତାରେ ରହିବେ। ଆର୍ଥିକ ଯୋଜନା ଅଟକି ରହିବ। ଦୂରସ୍ଥାନକୁ ଯାତ୍ରା କରୁଥିଲେ, ସାବଧାନ ରୁହନ୍ତୁ। ବିଦ୍ୟାର୍ଥୀଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।
କୁମ୍ଭ: ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟ ହରାନ୍ତୁନି। ପାରିବାରିକ ମାହୋଲ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବିଦ୍ୟାର୍ଥୀମାନେ ସଫଳ ହେବେ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।
ମୀନ: ଅଟକି ଥିବା କାର୍ଯ୍ୟ ପୂରା ହେବ । ନୂତନ ଯାନବାହନ କ୍ରୟ କରିବେ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ବନ୍ଧୁମାନଙ୍କ ସହ ମନୋରଞ୍ଜନ କରିବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।