ରାଶିଫଳ: ୧୪-୦୬-୨୦୨୩ (ବୁଧବାର)

ରାଶିଫଳ: ୧୪-୦୬-୨୦୨୩ (ବୁଧବାର)

ମେଷ: ଆଜିର ଦିନଟି ଗୁରୁତ୍ବପୂର୍ଣ୍ଣ ରହିବ। ନୂତନ ବ୍ୟବସାୟରୁ ଲାଭ ପାଇବେ। ଭବିଷ୍ୟତକୁ ଦୃଷ୍ଟିରେ ରଖୀ ନିବେଶ କରିବା ଉଚିତ। ବନ୍ଧୁମାନଙ୍କୁ ମଧୁର ବଚନ କୁହନ୍ତୁ। କୌଣସି କାର୍ଯ୍ୟକୁ ଛୋଟ ମଣନ୍ତୁନି।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଅଚାନକ ଶୁଭ ସଙ୍କେତ ପାଇବେ। ବ୍ୟବସାୟରୁ ଲାଭବାନ ହେବେ। ଦିନଟି ଭଲରେ ବିତିବ। କାର୍ଯ୍ୟସ୍ଥଳରେ ସହକର୍ମୀ ଇର୍ଷା ଅନୁଭବ କରିବେ।

ମିଥୁନ: ମନ କଥାକୁ ଚାପି ନରଖୀ ନିଜ ଲୋକଙ୍କ ସହ ସେୟାର କରନ୍ତୁ। ମହିଳାମାନେ ନିଜ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ଜମି କିଣା-ବିକା ପାଇଁ ଅନୁକୂଳ ସମୟ। ଟଙ୍କା ନେଣ-ଦେଣ ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ: କର୍ମକ୍ଷେତ୍ରରେ ଅଚାନକ ଶୁଭ ଖବର ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତା ପ୍ରକାଶ କରିବେ।

ସିଂହ: ବ୍ୟକ୍ତିଗତ କଥାକୁ ଅଜଣା ଲୋକଙ୍କୁ କୁହନ୍ତୁନି। କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। କଠିନ ପରିଶ୍ରମରୁ ସଫଳତା ପାଇବେ। ମହିଳାମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମୟ ବିତାଇବେ।

କନ୍ୟା: ସକାରାତ୍ମକ ଚିନ୍ତାରୁ ଦିନଟି ଆରମ୍ଭ ହେବ। ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସମୟ ବହୁତ ଭଲ। ପାରିବାରିକ କଳହ ଲାଗିପାରେ। ନୂତନ ଯାନବାହନ କ୍ରୟ କରିପାରନ୍ତି। ସନ୍ତାନଙ୍କ ପ୍ରଗତିରେ ଖୁସି ହେବେ।

ତୁଳା: ଦିନଟି ଭଲରେ ବିତିବ। ରଚନାତ୍ମକ କ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଶୁଭ ମୁହୂର୍ତ୍ତ। ଗୁରୁଜନଙ୍କ ପରାମର୍ଶ ନେଇ କାମ କରନ୍ତୁ। ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ।

ବିଛା: ନୂତନ କାମ ପାଇଁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ଅନ୍ୟମନସ୍କ ହେବେ। ଅଯଥା ଖର୍ଚ୍ଚ କରନ୍ତୁନି। ବନ୍ଧୁ ପରିଜନଙ୍କ ସହ ସମୟ ବିତାନ୍ତୁ। ଉଧାର ଦେଇ ପାରନ୍ତି।

ଧନୁ: ଦିନର ଆରମ୍ଭରୁ ଆଳସ୍ୟ ଅନୁଭବ କରିପାରନ୍ତି। ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ଖୁସି ଅନୁଭବ କରିବେ। କର୍ମକ୍ଷେତ୍ରରେ ଗୁରୁଦାୟିତ୍ବ ମିଳିପାରେ। ନୂତନ ବନ୍ଧୁ ମିଳନ ହୋଇପାରେ।

ମକର: ଭଗବାନଙ୍କ ପୂଜାର୍ଚ୍ଚନାରେ ସମୟ ବିତିବ। ଅଟକି ଥିବା ଅର୍ଥ ଫେରିପାଇବେ। ଗୁରୁତ୍ବପୂଣ୍ଣ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅତିଥି ଚର୍ଚ୍ଚା କରିବେ।

କୁମ୍ଭ: ସମୟର ସଦୂପଯୋଗ କରନ୍ତୁ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଅଭିଭାବକମାନେ ଚିନ୍ତାରେ ରହିବେ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। ଖୁସି ଖବର ମିଳିପାରେ। ଆୟ ଅନୁସାରେ ବ୍ୟୟ ଅଧିକ ହେବ।

ମୀନ: ହଠାତ ଆପଣଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିବ। ଟଙ୍କା ନେଣ-ଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

Leave a Reply

Your email address will not be published. Required fields are marked *