ନିଟ-ୟୁଜି ୨୦୨୩ର ରେଜଲ୍ଟ ପ୍ରକାଶ

ନିଟ-ୟୁଜି ୨୦୨୩ର ରେଜଲ୍ଟ ପ୍ରକାଶ

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ-ୟୁଜି ୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପରୀକ୍ଷା ଫଳ ଜାରି କରିଛି ।ଏଥର ମୋଟ ୨୦ ଲକ୍ଷ ୩୮ ହଜାର ୫୯୬ ଜଣ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୪୫ ହଜାର ୯୭୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ୨ ଜଣ ଶିକ୍ଷାର୍ଥୀ ଟପ୍ପର ହେବା ସହ ୯୯.୯୯% ମାର୍କ ରଖିଛନ୍ତି। ତାମିଲନାଡୁର ପ୍ରଭଞ୍ଜନ ଜେ ଓ ଆନ୍ଧ୍ର ପ୍ରଦେଶର ବୋରା ବରୁଣ ଚକ୍ରବତ୍ତି ନିଟ୍‌ ୟୁଜି-୨୦୨୩ ପରୀକ୍ଷାରେ ୯୯.୯୯% ମାର୍କ ରଖିଛନ୍ତି।

ପରୀକ୍ଷାର୍ଥୀମାନେ ଏବେ ନିଟ୍ ୟୁଜିର ଅଫିସିଆଲ ୱେବସାଇଟ୍ neet.nta.nic.in ମାଧ୍ୟମରେ ନିଜର ସ୍କୋରକାର୍ଡ ଚେକ୍ ଏବଂ ଡାଉନଲୋଡ କରିପାରିବେ। ଚଳିତ ଥର ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କ ମଧ୍ୟରେ ୫୨୧ ଜଣ ବିଦେଶୀ ଓ ୫୩୩ ଜଣ ପ୍ରବାସୀ ଭାରତୀୟ ଅନ୍ତର୍ଭୁକ୍ତ ଅଛନ୍ତି । ଓଡ଼ିଶାରୁ ପ୍ରାୟ ୫୭୦୯୨ ଜଣ ଏହି ପରୀକ୍ଷା ପାଇଁ ପଂଜୀକରଣ କରିଥିବାବେ​ଳେ ୫୫୮୬୬ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୮୩୩୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଟପ୍ ୫୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୨ ଶିକ୍ଷାର୍ଥୀ ରହିଛନ୍ତି। ୮ମ ସ୍ଥାନରେ ଓଡ଼ିଶାର ସ୍ୱୟଂଶକ୍ତି ତ୍ରିପାଠୀ ଓ ୩୫ତମ ରାଙ୍କରେ ଓଡ଼ିଶାର ସୂର୍ଯ୍ୟପ୍ରତାପ ମିଶ୍ର ଅଛନ୍ତି। ସେହିପରି ଟପ୍‌ ୨୦ ମହିଳା ଶିକ୍ଷାର୍ଥୀଙ୍କ ଭିତରେ ବି ଜଣେ ଓଡ଼ିଆ ରହିଛନ୍ତି। ଅଭିପସା ଚୌଧୁରୀ ଓଭରଅଲ ରାଙ୍କର ୬୪ତମ ସ୍ଥାନରେ ଥିଲେ ହେଁ ମହିଳାଙ୍କ ମଧ୍ୟରେ ସେ ଟପ୍‌ ୨୦ରେ ରହିଛନ୍ତି।

Leave a Reply

Your email address will not be published. Required fields are marked *