
ଗଞ୍ଜାମ ଜିଲ୍ଲା ସୋରଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା l ସୋରଡା ଥାନା ଇଲାକା ରେ ଲଗାତାର ଘଟୁଥିବା ଡକାୟତ ଘଟଣା ର ପର୍ଦାଫାଶ କରିଛି ପୋଲିସ l ଗତ 11 ତାରିଖ ଦିନ ସୋରଡ଼ା ବଡଦାଣ୍ଡ ସାହିରେ ରହୁଥିବା ଏନ୍. ଦିନବନ୍ଧୁ ଚୌଧୁରୀ ଙ୍କ ଦୋକାନ ଘର ଭିତରକୁ ଗ୍ରାହକ ସାଜି ଆସି ବନ୍ଧୁକ ଦେଖାଇ 4ଲକ୍ଷରୁ ଉର୍ଦ୍ଧ ଟଙ୍କା ସହ 250 ଗ୍ରାମ ସୁନା ଲୁଟ୍ କରି ନେଇଥିଲେ ଡକାୟତ ଗ୍ୟାଙ୍ଗ l ଗଞ୍ଜାମ ଏସ.ପି ଙ୍କ ନିର୍ଦେଶରେ ଆସିକା ଏସଡିପିଓ ଙ୍କ ତତ୍ୱାବଧାନ ରେ ସୋରଡ଼ା ପୋଲିସ ଦୀର୍ଘ 4 ଦିନ ଧରି ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଅଭିଯୁକ୍ତ କୁ ଗିରଫ କରିଥିଲେ ।ଗିରଫ ଅଭିଯୁକ୍ତ ମାନେ ହେଲେ ଖାରିଗୁଡ଼ା ଗ୍ରାମର ସୁଧାଂଶୁ ଗୌଡ଼,ଉମା ଚରଣ ଗୌଡ଼,ସନାତନ ଗୌଡ଼। ଅଭିଯୁକ୍ତ ଙ୍କ ଠାରୁ ନଗତ 62 ହଜାର ଟଙ୍କା,20 ଭରି ରୂ ଅଧିକ ସୁନା ଅଳଙ୍କାର, ଦୁଇଟି ଖେଳନା ବନ୍ଧୁକ, ଚାରୋଟି ମୋବାଇଲ ଫୋନ୍, ଗୋଟିଏ କାର, ବାଇକ, ଛୁରୀ ଜବତ ହୋଇଛି lଅଭିଯୁକ୍ତ ବ୍ୟାଙ୍କ୍ ଆକାଉଣ୍ଟରେ ରଖିଥିବା ଦୁଇ ଲକ୍ଷ 27 ହଜାର ଟଙ୍କା କୁ ପୋଲିସ ଫ୍ରିଜ କରିଛି l ଏକମାସ ପୂର୍ବରୁ ଏହି ତିନି ଜଣ ଡକାୟତ ସୋରଡ଼ା ଥାନା ଦାରିଙ୍ଗବାଡି ଘାଟି ଓ ବିଭୁତିଆ ଜଙ୍ଗଲ ଅଂଚଳ ରେ ବାଇକ ଆରୋହୀ ଙ୍କ ଠାରୁ ଲୁଟିଥିଲେ ସୁନା ଅଳଙ୍କାର ଓ ମୋବାଇଲ l ସେହି ସୁନା ଅଳଙ୍କାର କୁ ମଧ୍ୟ ପୋଲିସ ଜବତ କରିଥିବା ନେଇ ପ୍ରେସମିଟ ଜରିଆରେ ଆସିକା ଏସଡିପିଓ ସୂଚନା ଦେଇଛନ୍ତି l